Wednesday, October 14, 2026
Home ଆଞ୍ଚଳିକ ପ୍ରମେୟ ନ୍ୟୁଜ7 ପକ୍ଷରୁ କ୍ୟାମେରା ମେନ୍ ରାଜୁ ନାୟକଙ୍କ ପରିବାରକୁ ଏକ ଲକ୍ଷ କୋଡିଏ ହଜାର...

ପ୍ରମେୟ ନ୍ୟୁଜ7 ପକ୍ଷରୁ କ୍ୟାମେରା ମେନ୍ ରାଜୁ ନାୟକଙ୍କ ପରିବାରକୁ ଏକ ଲକ୍ଷ କୋଡିଏ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ।

62

ବାଲିଗୁଡା,୨୩/୦୮{ଜିଲ୍ଲା ଖବର}କନ୍ଧମାଳ ଜିଲ୍ଲାର କାର୍ଯ୍ୟରତ ନ୍ୟୁଜ7 ଭିଡ଼ିଓ ଜର୍ଣ୍ଣାଲିଷ୍ଟ ରାଜୁ ନାୟକଙ୍କ ଅକସ୍ମାତ ଏକ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଥିଲା।ରବିବାର ସ୍ୱର୍ଗତ ରାଜୁ ନାୟକଙ୍କ ଶୁଦ୍ଧିକ୍ରିୟାରେ ପହଞ୍ଚି ପ୍ରମେୟ ନ୍ୟୁଜ7 ପରିବାର ପକ୍ଷରୁ ବରିଷ୍ଠ ପ୍ରଯୋଜକ ଅମର ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସ୍ୱାଇଁଙ୍କ ରାଉରକେଲା ପ୍ରତିନିଧି ଅଶୋକ କୁମାର ଦାସ, କନ୍ଧମାଳ ପ୍ରତିନିଧି ସୁନୀଲ କୁମାର ପଟନାୟକ,ବାଲିଗୁଡା ପ୍ରତିନିଧି ପ୍ରମୋଦ ଦଣ୍ଡସେନା ଓ ବାଲିଗୁଡା ପ୍ରମେୟ ପ୍ରତିନିଧି ବିଭୁତି ଲହରିଆ ପ୍ରମୁଖ ରାଜୁ ନାୟକଙ୍କ ଶୋକ ସନ୍ତପ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ନ୍ୟୁଜ7 ତରଫରୁ ଏକ ଲକ୍ଷ କୋଡିଏ ହଜାର ଟଙ୍କାର ଆର୍ଥିକ ସହାୟତା ସ୍ୱରୂପ ଚେକ୍ ଏବଂ ନଗଦ ପାଞ୍ଚ ହଜାର ମାଆ ଗୀତାଞ୍ଜଳି ନାୟକଙ୍କୁ ପ୍ରଦାନ କରାଯାଇଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ