Wednesday, October 14, 2026
Home ଆଞ୍ଚଳିକ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା, ମାର୍ଗ ଦର୍ଶକ ମଣ୍ଡଳି ବ୍ରହ୍ମଚାରୀ ମାଧବ ଚୈତନ୍ୟ.ବାଲିଗୁଡା କାର୍ଯ୍ୟଳୟ ଠାରେ...

ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା, ମାର୍ଗ ଦର୍ଶକ ମଣ୍ଡଳି ବ୍ରହ୍ମଚାରୀ ମାଧବ ଚୈତନ୍ୟ.ବାଲିଗୁଡା କାର୍ଯ୍ୟଳୟ ଠାରେ ଅଭିଭାଷଣ

67

ବାଲିଗୁଡା,୨୩/୦୮{ଜିଲ୍ଲା ଖବର}:ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା ସମ୍ପାଦକ ଦକ୍ଷିଣାଞ୍ଚଳ ଶ୍ରୀ ବିଶ୍ୱନାଥ ପାତ୍ର(ଜିତୁ ଭାଇ)ଆଜି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଦକ୍ଷିଣାଞ୍ଚଳ ବାଲିଗୁଡା କାର୍ଯ୍ୟଳୟ ଠାରେ ବ୍ରହ୍ମ ଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ମହାରାଜଙ୍କ ଦ୍ଵାଦଶାହ ବଳିଦାନ ଦିବସ ବାଲିଗୁଡା କାର୍ଯ୍ୟାଳୟ ଠାରେ କୋଭିଡ ନିୟମ କୁ ଆଖି ଆଗରେ ରଖି ପାଳିତ ହୋଇଅଛି,ଏହି କାର୍ଯ୍ୟକ୍ରମରେ ସ୍ୱାମିଜୀଙ୍କର ହତ୍ୟାର ରହସ୍ୟ ଦୀର୍ଘ ୧୨ ବର୍ଷ ହେଲା ଲୁଚି ରହିଛି, ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ବଜରଙ୍ଗ ଦଳର ରାଜ୍ୟ ସମ୍ପାଦକ ଶ୍ରୀ ବିଶ୍ୱନ୍ନାଥ ପାତ୍ର(ଜିତୁ ଭାଇ) ଓ ସ୍ୱାମୀଜୀଙ୍କ ର ପଟ୍ଟ ଶିଷ୍ୟ ତଥା ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା ମାର୍ଗ ଦର୍ଶକ ମଣ୍ଡଳୀର ସଦସ୍ୟ ବ୍ରହ୍ମଚାରୀ ମାଧବ ସ୍ୱାମୀଜୀ ଉକ୍ତ ହତ୍ୟାର ଦ୍ରୁଢନିନ୍ଦା କରିଛନ୍ତି। ଏହି ହତ୍ୟା କାଣ୍ଡକୁ କନ୍ଧମାଳ ବାସୀଙ୍କ ଦୃଷ୍ଟି ଆଢୁଆଳରୁ ତୁରନ୍ତ ହଟାଯାଉ ଓ ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରାଯିବା ପାଇଁ ଓଡିଶା ମାର୍ଗ ଦର୍ଶକ ମଣ୍ଡଳୀର ସଦସ୍ୟ ବ୍ରହ୍ମଚାରୀ ମାଧବ ସ୍ୱାମୀଜୀ ମତ ପ୍ରକାଶ କରିଥିଲେ। ତତସହିତ ଦକ୍ଷିଣାଞ୍ଚଳ ତଥା ଓଡ଼ିଶାରେ ” ଗୋ “ହତ୍ୟା ର ଦୃଢ ବିରୋଧ କରି ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା “ଗୋ “ହତ୍ୟା କାରୀଙ୍କ ବିରୁଦ୍ଧରେ କଠୋର ରୁ ଅତି କଠୋର ଦଣ୍ଡ ଆମ ରାଜ୍ୟରେ ପ୍ରଣୟନ କରାଯାଉ ବୋଲି ବ୍ରହ୍ମଚାରୀ ମାଧବ ସ୍ୱାମୀଜୀ କହିଛନ୍ତି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ