
ବାଲିଗୁଡା,୨୨/୦୮{ଜିଲ୍ଲା ଖବର}ସାରା ବିଶ୍ବରେ କରୋନା ମହାମାରୀ ଲାଗି ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ନିରାଡମ୍ବର ସହକାରେ ପାଳନ କରାଯାଇଥିବା ଗଣେଶ ଚତୁର୍ଥୀ ଘର ଭିତରେ ପୂଜା ସୀମିତ ରହିଛି। ଆଜି ହେଉଛି ଗଣେଶ ଚତୁର୍ଥୀ ଆଜିର ଏହି ଦିନରେ ଛୋଟ ଛୋଟ କୁନି ପିଲାମାନେ ବିଦ୍ୟାଳୟକୁ ଯାଇ ଖଡି ଛୁଇଁ ନୂତନ ରୂପେ ବିଦ୍ୟାରମ୍ଭ କରିଥାନ୍ତି। ଉକ୍ତ ଦିନ ଦେଶରେ ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ପ୍ରକାରର କାରୁକାର୍ଯ୍ୟର ଗଣେଶ ମୂର୍ତ୍ତି ସହିତ ଲାଇଟ୍ ମାଇକ ଆୟୋଜନରେ ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁ ସ୍ଥାନରେ ମୂର୍ତ୍ତି ପୂଜା ଓ ଜନଗହଳି ରେ ସହର ଝଲସି ଉଠିଥାଏ। ଏହି ଦିନ ପିଲାମାନେ ଉପାସରେ ରହି ପୂଜା ପୁଜିରେ ଦିନ ଟିକୁ ଆନନ୍ଦ ସହକାରେ କାଟିଥାନ୍ତି। କିନ୍ତୁ ସାରା ଦେଶରେ କରୋନା ମହାମାରୀ ଲାଗି ରହିଥିବାରୁ ଲୋକଲୋଚନ କୁ ଦୃଷ୍ଟି ରେ ରଖି ୨୦୨୦ ମସିହା ଅଗଷ୍ଟ ମାସ ୨୨ ତାରିଖ ଆଜିର ଏହି ଗଣେଶ ଚତୁର୍ଥୀ ଦିନଟିକୁ ପୂଜା ପୁଜିରେ ଘର ମଧ୍ୟରେ ସୀମିତ ରହିଛି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



