
ବାଲିଗୁଡା,୨୨/୦୮{ଜିଲ୍ଲା ଖବର}ବାଲିଗୁଡା କୁଇଭାଷା ସାହିତ୍ୟ ସମିତି,କନ୍ଧମାଳ,ଓଡ଼ିଶା ଏବଂ କୁଇ ସାଂସ୍କୃତିକ ପରିଷଦ,ଭୁବନେଶ୍ୱରର କର୍ମକର୍ତ୍ତା ମାନେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ମହାସିଙ୍ଗି ଗ୍ରାମପଞ୍ଚାୟତ,ଗୋଇବନ୍ଧ ଗ୍ରାମକୁ ଯାଇ କନ୍ଧମାଳ ଜିଲ୍ଲାର ଆଦିବାସୀ ଝିଅ ଦଶମ ଶ୍ରେଣୀରେ ଶୀର୍ଷ ସ୍ଥାନ ଅଧିକାର କରିଥିବା କୁମାରୀ ମିନାକ୍ଷୀ ମଲ୍ଲିକଙ୍କୁ ମାନପତ୍ର ସହ ସମ୍ମାନୀତ ଓ ସମ୍ବର୍ଦ୍ଧନା ଜଣାଇ ଥିଲେ। ତତସହିତ ଏକଲକ୍ଷ ଦଶ ହଜାର ଏକ ଶହ ଏକ ଟଙ୍କାର ଏକ ଚେକ ପ୍ରୋତ୍ସାହନ ରାଶି ସ୍ୱରୂପ,କୁମାରୀ ମିନାକ୍ଷୀ ମଲ୍ଲିକଙ୍କୁ ପ୍ରଦାନ କରିଥିଲେ। ଏହି ରାଶି ତାଙ୍କର ଉଚ୍ଚ ଶିକ୍ଷା ପାଇଁ କାର୍ଯ୍ୟରେ ଲଗାଇବା ନିମନ୍ତେ ପ୍ରଦାନ କରାଗଲା ବୋଲି ପ୍ରଦୀପ କହଁର କାର୍ଯ୍ୟକାରୀ ସଦସ୍ୟ କୁଇଭାଷା ସାହିତ୍ୟ ସମିତି, କନ୍ଧମାଳ,ଓଡ଼ିଶା ଏବଂ ପ୍ରତାପ କୁମାର ପ୍ରଧାନ ସଭାପତି କୁଇଭାଷା ସାଂସ୍କୃତିକ ପରିଷଦ,ଭୁବନେଶ୍ୱର ମତବ୍ୟକ୍ତ କରିଥିଲେ। ସାରା ବିଶ୍ୱରେ କରୋନା କଟକଣା ବଜାୟ ରହିଥିବା ଯୋଗୁଁ କୁଇଭାଷା ସାହିତ୍ୟ ସମିତି କନ୍ଧମାଳର କର୍ମକର୍ତ୍ତା ମାନେ ଯୋଗ ଦେଇ ପାରି ନ ଥିଲେ। ପ୍ରଦୀପ କହଁର କୁଇଭାଷା ସାହିତ୍ୟ ସମିତି, କନ୍ଧମାଳ,ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରିଥିଲେ।
ରୀପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



