
ବାଲିଗୁଡା,୨୧/୦୮{ଜିଲ୍ଲା ଖବର}ଟିକାବାଲିର ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ଫୁଲବାଣୀ ସ୍ଥିତ ଜିଲ୍ଲା ଫିସେରୀ ଅଫିସରେ ସହକାରୀ ଫିସେରୀ ଅଫିସର ଭାବେ ୨୦୧୪ ମସିହାରେ ଅବସର ଗ୍ରହଣ କରିଥିଲେ। ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ଏରିଅର ବିଲ ପାଇବାର ଥିଲା କିନ୍ତୁ ଏହାକୁ ପାସ କରିବା ପାଇଁ ଆକାଉଣ୍ଟେଣ୍ଟ ଅରୁପ କୁମାର ମିଶ୍ର ୩ ହଜାର ଟଙ୍କା ଦାବି କରିଥିଲେ। ଏହାକୁ ନେଇ ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଭିଜିଲାନ୍ସ ଏସ୍ପି ଟ୍ରାପ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅରୁପ ମିଶ୍ର ଶ୍ରୀ ପାଣିଗ୍ରାହୀଙ୍କ ଠାରୁ କେମିକାଲ ମିଶା ୩ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ବିଭାଗର ହାତରେ ଧରା ପଡିଯାଇଥିଲେ।
ତାଙ୍କୁ ସେଠାରେ ଗିରଫ କରି କେମିକାଲ ମିଶା ୩ ହଜାର ଟଙ୍କା ଜବତ କରିଥିଲେ। ପରେ ଶ୍ରୀ ମିଶ୍ରଙ୍କ ପିଅନ ପଡା ସ୍ଥିତ ଘର ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଥାନା କେସ୍ ନଂ ୧୦/୨୦ରେ ମାମଲା ରୁଜୁ କରାଯାଇଛି। ଏହି ଚଢ଼ାଉରେ ଡିଏସପି ଏକେ ନାୟକ, ଇନିସ୍ପେକଟର ଶରତ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



