Saturday, November 14, 2026
Home ଆଞ୍ଚଳିକ ବାଉଁଶଲୁଣ୍ଡି କ୍ଲଷ୍ଟର ତରଫରୁ କୋଭିଡରେ ମୃତ ଶିକ୍ଷକ କୁଶଧ୍ବଜଙ୍କ ପରିବାରକୁ ସହାୟତା।

ବାଉଁଶଲୁଣ୍ଡି କ୍ଲଷ୍ଟର ତରଫରୁ କୋଭିଡରେ ମୃତ ଶିକ୍ଷକ କୁଶଧ୍ବଜଙ୍କ ପରିବାରକୁ ସହାୟତା।

40

କୋଭିଡ-୧୯ ରେ ମୃତ ଶିକ୍ଷକ ଶ୍ରୀ କୁଶଧ୍ବଜ ସେଠୀଙ୍କ ଏକାଦଶାହ ଅବସରରେ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟିଛନ୍ତି ପଡୋଶୀ ବାଉଁଶଲୁଣ୍ଡି କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀଗଣଙ୍କ ପ୍ରତିନିଧି ତଥା ବରିଷ୍ଠ ଶିକ୍ଷକଗଣ ଶ୍ରୀ ନେତାଜୀ ବିଷୋୟୀ,ଶ୍ରୀ ଅରୁଣ କୁମାର ବ୍ରହ୍ମା,ଶ୍ରୀ ସୁରେଶ ଚନ୍ଦ୍ର ପତିଙ୍କ ସମେତ ବାଉଁଶଲୁଣ୍ଡି କ୍ଳଷ୍ଟର ସି.ଆର୍.ସି.ସି ଶ୍ରୀ ସନ୍ତୋଷ କୁମାର ସାହୁ ଏବଂ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ଶ୍ରୀ ତ୍ରିନାଥ ବେହେରା ଆର୍ଥିକ ସହଯୋଗ ରୂପେ ସଂଗୃହିତ ଟ.୨୮୧୦୦.୦୦ ( ଅଠେଇଶି ହଜାର ଏକଶହ) ପ୍ରଦାନ କରିବା ସହ ପରିବାର ବର୍ଗଙ୍କୁ ସମେବେଦନା ଜଣାଇ ସ୍ବର୍ଗତ କୁଶ ସାର୍ ଙ୍କ ଫୋଟରେ ପୁଷ୍ପ ଅର୍ପଣ ପୂର୍ବକ ଅମର ଆତ୍ମାର ମୁକ୍ତି ପାଇଁ ନୀରବ ପ୍ରାର୍ଥନା କରିଛନ୍ତି। ଏହି ଅବସରରେ ତାଙ୍କ ପରିବାରକୁ ଅଧିକରୁ ଅଧିକ ସହାୟତା ପ୍ରଦାନ କରିବା ସକାଶେ ମୃତ ଶିକ୍ଷକଙ୍କ ପତ୍ନୀଙ୍କ ଆନ୍ଧ୍ରବ୍ୟାଙ୍କ ଆକାଉଣ୍ଟ ନଂ 006510100120000, ଆଇ.ଏଫ୍.ଏସ୍.ସି କୋଡ- ANDB0000065,(ପତ୍ନୀଙ୍କ ନାମ-ବିଉଟି ଲତା ସେଠୀ) ଭଞ୍ଜନଗର ଶାଖାକୁ ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ସହଯୋଗ ପ୍ରଦାନ କରିବା ପାଇଁ ସମଗ୍ର ଶିକ୍ଷକ ସମାଜ ଓ ସର୍ବ ସାଧାରଣଙ୍କୁ ସମସ୍ତେ ନିବେଦନ କରିଛନ୍ତି।

ରିପୋର୍ଟ ରତ୍ନାକର ଶିୟ