Home ଆଞ୍ଚଳିକ ଲାଞ୍ଚ ନେଇ ଧରାପଡ଼ିଲେ କନ୍ଧମାଳ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟ ଆକାଉଣ୍ଟେଣ୍

ଲାଞ୍ଚ ନେଇ ଧରାପଡ଼ିଲେ କନ୍ଧମାଳ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟ ଆକାଉଣ୍ଟେଣ୍

515

ବାଲିଗୁଡା୨୧/୮(ଜିଲ୍ଲା ଖବର) : ଟିକାବାଲିର ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ଫୁଲବାଣୀ ସ୍ଥିତ ଜିଲ୍ଲା ଫିସେରୀ ଅଫିସରେ ସହକାରୀ ଫିସେରୀ ଅଫିସର ଭାବେ 2014 ମସିହାରେ ଅବସର ଗ୍ରହଣ କରିଥିଲେ।ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀଙ୍କର ଏରିଅର ବିଲ ପାଇବାର ଥିଲା କିନ୍ତୁ ଏହାକୁ ପାସ କରିବା ପାଇଁ ଆକାଉଣ୍ଟେଣ୍ଟ ଅରୁପ କୁମାର ମିଶ୍ର 3 ହଜାର ଟଙ୍କା ଦାବୀ କରିଥିଲେ।ଏହାକୁ ନେଇ ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ବ୍ରହ୍ମପୁର ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଭିଜିଲାନ୍ସ ଏସପି ଟ୍ରାପ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଆଜି ସକାଳ ଏଗାରଟାରେ ଅରୁପ ମିଶ୍ର ଶ୍ରୀ ପାଣିଗ୍ରାହୀଙ୍କ ଠାରୁ କେମିକାଲ ମିଶା 3 ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ବିଭାଗର ହାତରେ ଧରା ପଡିଯାଇଥିଲେ |
ତାଙ୍କୁ ସେଠାରେ ଗିରଫ କରି କେମିକାଲ ମିଶା 3 ହଜାର ଟଙ୍କା ଜବତ କରିଥିଲେ।ପରେ ଶ୍ରୀ ମିଶ୍ରଙ୍କ ପିଅନ ପଡା ସ୍ଥିତ ଘର ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଥାନା କେସ ନଂ 10/2020 ରେ ମାମଲା ରୁଜୁ କରାଯାଇଛି।ଏହି ଚଢ଼ାଉ ରେ ଡିଏସପି ଏକେ ନାୟକ, ଇନିଷ୍ପେକଟର ଶରତ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ।
ସୁକାନ୍ତ କୁମାର ତ୍ରିପାଠୀ