
ଜଟଣୀ,୨୦/୦୮{ଜିଲ୍ଲା ଖବର}କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଓ ଉନ୍ନୟନ ବ୍ୟବସ୍ଥା ପକ୍ଷରୁ ସହରାଞ୍ଚଳରେ ବାହାରୁଥିବା ଆବର୍ଜନା ଓ ଶୌଚାଳୟ ବର୍ଜ୍ୟବସ୍ତୁରୁ ଉନ୍ନତ ପ୍ରଣାଳୀ ବ୍ୟବହାର କରାଯାଇ ସେଥିରୁ ଜୈବିକ ସାର ଉତ୍ପାଦନ କରାଯିବା ପ୍ରଣାଳୀର ପ୍ରକଳ୍ପ ତଥା ସେପଟେଜ ବିଶୋଧନ ବ୍ୟବସ୍ଥାର ଶୁଭାରମ୍ଭ ହେବାର ଏକ ବର୍ଷ ବିତିଗଲାଣି। ହେଲେ ଏହାର କାର୍ଯ୍ୟକ୍ଷମ କେବେ କାହା ପାଖରେ ଉତ୍ତର ନାହିଁ। ଏହାର ଦାୟିତ୍ବ ରାଜ୍ୟ ସରକାରଙ୍କ ହୋଇଥିବା ବେଳେ ଏହାର ତଦାରଖ ଦାୟିତ୍ବ ସରେଜ ବୋର୍ଡ ଅଧିନରେ ରହିଛି ଏହା ଏକ ଉନ୍ନତମାନର ଯୋଜନା ଅଟେ। ଏହି ପ୍ରକଳ୍ପରେ ୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହାର ଅଧିକାଂଶ ଯନ୍ତ୍ରାଶ ଗୁଡିକ କିଣାହୋଇ ପୌରପରିଷଦରେ ରହିଛି। ବାହାରେ ରହିଥିବା ଏହି ଯନ୍ତ୍ରାଂଶ ଗୁଡିକରେ ଧୀରେ ଧୀରେ କଳଙ୍କ ଲାଗିଗଲାଣି। ବିଦ୍ୟୁତ ଚାଳିତ ମୋଟର ଏବଂ ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରାଂଶ ଗୁଡିକ ପୌରକାର୍ଯ୍ୟାଳୟ ପରିସରରେ ବର୍ଷାଖରାରେ ପତିରହିଛି। ଫଳରେ ଏଗୁଡିକ କାଳକ୍ରମେ ଅଚଳ ହୋଇପଡିବ। ଆଉ କିଛିଦିନ ମଧ୍ୟରେ ପରିତ୍ୟକ୍ତ ଅଥବା ଅଚଳ ହେବା ଆଶଙ୍କା କରାଯାଉଛି। ସୁଚନାନୁଯାୟୀ,ସହରାଞ୍ଚଳରେ ଲୋକମାନଙ୍କ ଘରୁ ବାହାରୁଥିବା ବିଭିନ୍ନ ଆବର୍ଜନା ଏବଂ ଶୌଚାଳୟ ମଳଗୁଡିକୁ ସେସ୍କପୁଲ ମାଧ୍ୟମରେ ପୌରପରିଷଦ ନେଇ ବିଭିନ୍ନ ପରିତ୍ୟକ୍ତ ସ୍ଥାନରେ ପୋତିଦେଇଥାଏ। ସେହିପରି ଆବର୍ଜନା ଓ ବର୍ଜ୍ୟବସ୍ତୁ ଗୁଡିକୁ ପୋତି ଦେଉଥିଲେ। ଫଳରେ ବାୟୁମଣ୍ଡଳ ଦୂଷିତ ହୋଇଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା। ମାତ୍ର ଏହାର ଏକ ଆଧୁନିକ ଶୈଳୀ ଚିନ୍ତାକରି ଭିନ୍ନ ଏକ ବ୍ୟବସ୍ଥା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ୱଚ୍ଛତା ଏବଂ ଲୋକମାନଙ୍କର ଉନ୍ନତିକରଣ ଉପରେ ଗୁରୁତ୍ବାରୋପ କରି ସଜବୋର୍ଡ ମାଧ୍ୟମରେ ସେପଟେଜ ବିଶୋଧନ ବ୍ୟବସ୍ଥା କରାଯାଇଛି। ତେବେ ଏହି କ୍ରମରେ ଏବେ ବିଭିନ୍ନ ଛୋଟଛୋଟ ସହରାଞ୍ଚଳରେ ଏହି ଯୋଜନା ଆରମ୍ଭ ହୋଇଛି। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ଅଗଷ୍ଟ ୩୧ ତଥା ପୌରପରିଷଦର ସ୍ୱାୟତଶାସନ ଦିବସ ଅବସରରେ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପରେ ୩କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ସୁଚନା ମିଳିଛି। ବର୍ଜ୍ୟବସ୍ତୁ ବିଶୋଧନ ଗୃହ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଥିବା ବେଳେ ଏହାର ପ୍ରାଚୀର କାର୍ଯ୍ୟ ଚାଲୁରହିଛି। ଏଥିପାଇଁ ପୌରପରିଷଦ ଜମି ଯୋଗାଇ ଦେଇଥିବା ବେଳେ ଏହାର ତଦନ୍ତ ଦାୟିତ୍ବ ପୌରପ୍ରଶାସନକୁ ଦିଆଯାଇଛି। ଏହି କାର୍ଯ୍ୟର ମୂଖ୍ୟ ଅଧିକାରୀ ସଜବୋର୍ଡ ହୋଇଥିବା ବେଳେ ଜନସାସ୍ଥ୍ୟ ବିଭାଗର ସେକ୍ସନ ଅଫିସରମାନେ ଏହାକୁ ପରିଚାଳନା କରୁଛନ୍ତି। ମାତ୍ର ଏହି କାର୍ଯ୍ୟାରମ୍ଭ ହେବାର ଏକ ବର୍ଷ ବିତିବାକୁ ବସିଲାଣି ହେଲେ କାମମ କିନ୍ତୁ ଆହୁରି ବାକି ରହିଛି ବୋଲି କୁହାଯାଉଛି। ଏଥି ବ୍ୟତିତ ଜଟଣୀ ସହରରେ ଏହି ପ୍ରକଳ୍ପ ଓ ଏହାର ଉପକାରିତା ପ୍ରତି କୌଣସି ସହରବାସୀଙ୍କୁ ଜଣାନଥିବା ଲୋକମତରୁ ଜଣାପଡିଛି । ଏହି ପ୍ରକଳ୍ପ ଆରମ୍ଭ କରିବା ପୁର୍ବରୁ ସହରାଞ୍ଚଳରେ ଏନେଇ ଏକ ଯୋଜନା ପ୍ରସ୍ତୁତ କରାଯିବା କଥା। ଏହାଦ୍ବାରା ସହରବାସୀ ସଚେତନ ହୋଇ ପାରିଥାନ୍ତେ। କାରଣ ଅନେକ ବ୍ୟକ୍ତି ବର୍ଜ୍ୟବସ୍ତୁଗୁଡିକୁ ଏଣେତେଣେ ଫିଙ୍ଗିଦେଉଥିବା ବେଳେ ପଦାରେ ମଳତ୍ୟାଗ କରୁଛନ୍ତି। ସରକାରଙ୍କ ସହାୟତାରୁ ଶୌଚାଳୟ ମିଳିଯାଇଛି। ହେଲେ ପ୍ରତିବର୍ଷ ଏହାର ସଫେଇ କରିବାକୁ ପୌରପରିଷଦର ସେସ୍କପୁଲ ଗାଡିକୁ ଟାଙ୍କିପିଛା ୧୧୦୦ ଟଙ୍କା ଦେବାକୁ ପଡିଥାଏ। ଏନେଇ ପୌରପ୍ରଶାସକ ତଥା ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ମୋ ନିକଟକୁ ସରକାରଙ୍କ ପକ୍ଷରୁ ଏକ ପତ୍ର ଆସିଥିଲା। ଏନେଇ ଏନ୍ ଓ ସି ଦିଆଯାଇଛି। କାମ ଚାଲିଛି ଖୁବ ଶିଘ୍ର କାମ ସରିବ। ତେବେ ଏହା କାର୍ଯ୍ୟକାରୀ ହେବାପରେ ଜଟଣୀବାସୀ ବହୁ ଉପକୃତ ହୋଇପାରିବେ ଏବଂ ପରିବେଶ ବେଶ ଅନୁକୂଳ ରହିବ ବୋଲି କହିଛନ୍ତି। ତଦାରଖ ଦାୟିତ୍ବରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ଅରୁଣ କୁମାର ସୁବୁରୀ କୁହନ୍ତି ପ୍ରକୃତରେ ଏହି କାର୍ଯ୍ୟ ବୋର୍ଡର। ମାତ୍ର ବୋର୍ଡ ଅଧିକାରୀମାନେ ଏଠାକୁ ଆସି ତଦାରଖ କରିବା ଅସମ୍ଭବ।ତେଣୁ ପିଏଚ ସେକ୍ସନ ଅଧିକାରୀଙ୍କୁ ଏନେଇ ତଦାରଖ ଦାୟିତ୍ବ ଦିଆଯାଇଛି। କାର୍ଯ୍ୟ ଚାଲୁ ରହିଛି। ଏହାର କାର୍ଯ୍ୟକାରୀ କେବେ ଜଣାନାହିଁ। ଏହାର ନିର୍ମାଣ ଅବଧା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ତେବେ ଦେଖିବାର ଅଛି ଏହି କାର୍ଯ୍ୟ କେବେ ସରିବ ଏବଂ ଜନସାଧାରଙ୍କୁ କେଉଁ ପ୍ରକାର ସୁବିଧା ମିଳିବ।
ରିପୋର୍ଟ ସଞ୍ଜୀବ କୁମାର



