Home ଆଞ୍ଚଳିକ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ପକ୍ଷରୁ ସଦଭାବନା ଦିବସ ପାଳିତ।

ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ପକ୍ଷରୁ ସଦଭାବନା ଦିବସ ପାଳିତ।

23

ଜଟଣୀ,୨୦/୦୮{ଜିଲ୍ଲା ଖବର}ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳରେ ଗୁରୁବାର ସଦଭାବନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଖୋର୍ଦ୍ଧାରୋଡ୍ ରେଳପ୍ରବନ୍ଧକ ଶଶିକାନ୍ତ ସିଂ,ଅତିରିକ୍ତ ମଣ୍ଡଳ ରେଜୟନ୍ଧକ ରାଜ କୁମାର ଓ ଅଶୋଜ କୁମାରଙ୍କ ସହିତ ସମସ୍ତ ଶାଖା ପରିଚାଳକ ଏବଂ ମଣ୍ଡନ ରେଳପ୍ରବନ୍ଧକଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଉକ୍ତ ଦିବସରେ ଶପଥପାଠ କରିଥିଲେ। ମହାମାରୀ କରୋନା ଯୋଗୁଁ କରାଯାଇଥିବା ଗାଇଡ୍ ଲାଇନକୁ ପାଳନ କରି ନିଜନିଜ ସ୍ଥାନରେ ବସି ଶପଥପାଠ କରିଥିଲେ। ଏହି ଦିବସରେ ସମସ୍ତ କର୍ମଚାରୀମାନେ ଶପଥପାଠ କରି କହିଥିଲେ ଯେ,ଜାତି,ଧର୍ମ,ଭାଷା ସମେତ ଅଞ୍ଚଳର ଜନସମୁହ ମଧ୍ୟରେ ଜାତୀୟ ସଂସ୍କୃତି ଓ ସୁସଂଯତା ସହ ହିଂସା ପରିହାର କରି ସଦଭାବନାରେ ପ୍ରୋତ୍ସାହନ ଆଣିବା ଏହି ସଦଭାବନା ଦିବସର ମୁଖ୍ୟ କାରଣ ବୋଲି କହିଥିଲେ। ଏଥିରେ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଅଧିନସ୍ଥ ଭୁବନେଶ୍ବର, ପୁରୀ ଖୋର୍ଦ୍ଧାରୋଡ୍,ବଙ୍ଗପୁର,ଭଦ୍ରକ ଯାଜପୁର, କେଉଁଝର ରୋଡ୍ ଏବଂ ପାରାଦ୍ୱୀପ ଠାରେ ଏହି ସଦଭାବନା ଦିବସ ପାଳିତ ହୋଇଯାଇଛି।

ରିପୋର୍ଟ ସଞ୍ଜୀବ କୁମାର