
ଜଟଣୀ,୨୦/୦୮{ଜିଲ୍ଲା ଖବର}ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆଧୁନିକ ଭାରତର ନିର୍ମାତା ସ୍ଵର୍ଗତ ରାଜିବ ଗାନ୍ଧୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ଜଟଣୀ କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ଜନ୍ମଜୟନ୍ତୀ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଉପସ୍ଥିତ ସମସ୍ତ ଅତିଥୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜିବ ଗାନ୍ଧୀଙ୍କ ଭାରତପ୍ରତି ଅବଦାନ ଏବଂ ଆଧୁନିକ ଭାରତର ନିର୍ମାତା ଓ ଭାରତପାଇଁ ଦେଖିଥିବା ସ୍ୱପ୍ନ ପରେ ବିଭିନ୍ନ ମତ ରଖିଥିଲେ। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ସୀତାକାନ୍ତ ଶତପଥୀ, ବୃନ୍ଦାବନ ସାହୁ,ଜିଲ୍ଲା ଓବିସି ସେଲ ଅଧ୍ୟକ୍ଷ କଳିଙ୍ଗ କୁମାର ସାହୁ ପୁର୍ବତନ କାଉନସିଲର ଜଟାଧାରୀ ପ୍ରଧାନ, ଲୁସେନ ରାୟ ନୌସର ଅଲୀ,ସୁଲୁ ରଥ,ଭାବନ୍ତି ପାହାତସିଂହ୍ନ,ଦିଲିପ ପ୍ରଧାନ,ସାଧବ ପାଟଶାଣୀ,ସୌମ୍ୟ ଶ୍ରୀଚନ୍ଦନ,ତପନ ପାଟଶାଣୀ,ଶରତ ତ୍ରିପାଠୀଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ।
ରିପୋର୍ଟ ସଞ୍ଜୀବ କୁମାର



