
ଜଟଣୀ,୨୦/୦୮{ଜିଲ୍ଲା ଖବର}କରୋନା ମହାମାରୀ ବର୍ଷ ବର୍ଷର ପରମ୍ପରାରେ ଅଙ୍କୁଶ ଲଗାଇଛି।
ସାମାଜିକ ତଥା ଧାର୍ମିକ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ବାଧ୍ୟ କରିଛି। ଏହି ପରିପ୍ରେକ୍ଷୀରେ ଜଟଣୀର ପ୍ରସିଦ୍ଧ ସାର୍ବଜନୀନ ଗଣେଶ ପୂଜାରେ ମଧ୍ୟ ରୋକ୍ ଲାଗିଛି। ଚଳିତବର୍ଷ ଏହା ମଣ୍ଡପଗୁଡ଼ିକରେ ପଳନ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏ ନେଇ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟ ପକ୍ଷରେ ମହାମାରୀ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାକୁ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ପ୍ରତ୍ୟେକ ମାସର ଶନିବାର ଓ ରବିବାର ଦୁଇଦିନ ବ୍ୟାପୀ ସଡାଉନ୍ ହେବ। ଫଳରେ ଚଳିତ ବର୍ଷ ଗଣେଶ ପୂଜା ଶନିବାର ପଡୁଥିବାରୁ ଜଟଣୀର ବ୍ୟବସାୟୀ ମହାସଂଘ ଏହି ଆଇନକୁ ଅବମାନନା କରି ପୂଜାନୀତିକୁ ସମ୍ପନ୍ନ କରିବେ ବୋଲି ଗଣମାଧ୍ୟମରେ କହିଥିବାବେଳେ କମିଶନରେଟ ପୁଲିସର ଚରମବାଣୀରେ ବ୍ୟବସାୟୀ ନିଜର ମତ ବଦଳାଇଥିବା ଜଣାପଡ଼ିଛି। କେବଳ ପରମ୍ପରାକୁ ବଜାୟ ରଖିବାଲାଗି ସ୍ୱଳ୍ପ ସମୟ ମଧ୍ୟରେ କେବଳ ପୂଜା ହେବ ବୋଲି କୁହାଯାଇଛି। ଆଇନକୁ ଅବମାନନା କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ଚେତାବନୀ ଦେଇଛି। ଏହି ପ୍ରସିଦ୍ଧ ଗଣେଶ ପୂଜାରେ ଲକ୍ଷଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଏଥିପାଇଁ ଗୋଟିଏ ମାସ ଆଗରୁ ସମସ୍ତ ପ୍ରସ୍ତୁତି କରାଯାଇଥାଏ। ଉତ୍ସବକୁ ଶୃଙ୍ଖଳିତ କରିବାପାଇଁ ପ୍ରତିବର୍ଷ ଭୁବନେଶ୍ୱର କମିଶନରେଟ ପୁଲିସର ସହାୟତା ନିଆଯାଇଥାଏ। ଏବଂ ପୂର୍ବରୁ ବାରମ୍ବାର ପ୍ରସ୍ତୁତି ବୈଠକ କରାଯାଇ ଆଲୋଚନା କରାଯାଇଥାଏ। ମାତ୍ର ଚଳିତ ବର୍ଷ ଏସବୁ ଆୟୋଜନ କରାଯାଇନାହିଁ। ଜଟଣୀ ସହରରେ ୧୩ଟି ମୁଖ୍ୟ ପେଣ୍ଡାଲକୁ ଛାଡ଼ି ଛୋଟବଡଭାବେ ୧୦୦ରୁ ଉର୍ଦ୍ଧ୍ବ ପୂଜାପେଣ୍ଡାଲରେ ଗଜାନନ ପୂଜାପାଇଥାନ୍ତି। ହେଲେ ଚଳିତ ବର୍ଷ ୧୩ଟି ମୁଖ୍ୟ ପୂଜା ପେଣ୍ଡାଲରୁ ୪/୫ଟି ପେଣ୍ଡାଲରେ ବିଧିପୂର୍ବକ ପୂଜା ହେବା ଆଶା କରାଯାଉଛି।
ରିପୋର୍ଟ ସଞ୍ଜୀବ କୁମାର



