Wednesday, November 11, 2026
Home ଆଞ୍ଚଳିକ ଚନ୍ଦ୍ରପୁରୁ ବ୍ଲକରେ AE, JE ମାନଙ୍କୁ ଜିଲ୍ଲା ପ୍ରଶାସନ ନିଲମ୍ବନ କରିବା ସହ WEOଓ...

ଚନ୍ଦ୍ରପୁରୁ ବ୍ଲକରେ AE, JE ମାନଙ୍କୁ ଜିଲ୍ଲା ପ୍ରଶାସନ ନିଲମ୍ବନ କରିବା ସହ WEOଓ ଏବଂ CPଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖାଯାଇଛି

34

ମୁନିଗୁଡା ୨୦/୮(ଜିଲ୍ଲା ଖବର) : ରାଜ୍ୟରେ କରୋନା ସଙ୍କ୍ରମିତ କାୟା ବିସ୍ତାର କରି ଚାଲିଥିବାବେଳେ ରାୟଗଡ଼ା ଜିଲ୍ଲାରେ ମଧ୍ୟ ବୃଦ୍ଧି ପାଇବାରଲାଗିଛି। ଯାହାକି ଜିଲ୍ଲା ପ୍ରଶାସନ ଆଖିରୁ ନିଦ ଲିଭାଇ ଦେଇଛି,ଖାଦ୍ୟ ପେୟର ସମୟସୀମା କୁ ଭୂଲି ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରମୋଦ କୁମାର ଵେହେରା, ପି .ଡି.ଡି.ଆର.ଡି.ଏ ଶ୍ରୀ ଅମ୍ରିତ୍ ଋତୁରାଜ (ନୋଡାଲ ଅଫିସର)ଏବଂ ଉପଜିଲ୍ଲାପାଳ ଦ୍ଵୟ (ଗୁଣୁପୁରୁ, ରାୟଗଡ଼ା) ରାତିଦିନ ଏକ ଭାବି ଜିଲ୍ଲାର ପ୍ରତ୍ୟେକ ବ୍ଲକ ବୁଲି କରୋନା ସ୍ଥିତି ପରଖୁ ଥିବାଵେଳେ ଚନ୍ଦ୍ରପୁରୁ ବ୍ଲକର ଅଧିକାଂଶ କର୍ମଚାରୀ ,କେତେକ ଶିକ୍ଷକଙ୍କ ମାନଙ୍କ ଭଳି ନିୟମିତ ଅନୁପସ୍ଥିତ ରହୁଥିଵା ସେମାନଙ୍କୁ ମହଙ୍ଗା ପଡିଲା ।ସୂଚନା ମୁତାବକ କରୋନା ମହାମାରୀ ସମୟରେ ଅନ୍ୟ ବିଭାଗ ପରି ବ୍ଲକର JE, AE, GPEO, ଓ WEO ଙ୍କର ମହାମାରୀ ସମୟରେ ବିଡିଓଙ୍କୁ ସହଯୋଗ କରିବାରେ ଭୂମିକା ରହିଥାଏ। ହେଲେ ସଵୁଥରଭଳି ଏଥର କରୋନା ପାଇଁ ଅନୁପସ୍ଥିତ ନ ରହିବାକୁ ପ୍ରଶାସନର କଡା ଆଦେଶଥିଲା ତଥାପି ଆଦେଶକୁ ଭୃକ୍ଷେପ ନକରି କରୋନା ଡିଉଟି ପଡିଥିବା କେତେକ ଶିକ୍ଷକ ମାର୍ଚ୍ଚ ମାସ ଲକ୍କଡାଉନ ତଥା ଛୁଟି ପୂର୍ବରୁ ଯାଇ ଆଜିପର୍ଯନ୍ତ ନ ଆସି ସମ୍ପୂର୍ଣ୍ଣ ଦରମା ପାଇଵା ସହ ସେମାନଙ୍କ ଵିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ ହୋଇଛି। ସେହିପରି ଭାଵି ବ୍ଲକର AE, JE, WEO, ଓ CP କରୋନା ଡିଉଟିକୁ ଭୁଲି ଯିଏ ଯାହା ବାଟରେ ଚାଲିଗଲେ। ହେଲେ ଚନ୍ଦ୍ରପୁରୁ ବ୍ଲକରେ ଅଧିକ ପଜେଟିଭ୍ ବାହାରିଥିବା ଜାଣି ଜିଲ୍ଲାପାଳ, ଓ ପିଡି ଙ୍କ ସହ ଅନ୍ୟ ଅଧିକାରୀମାନେ ଚନ୍ଦ୍ରପୁରୁର ଆସି କରୋନା ସ୍ଥିତି ଅନୁଧ୍ୟାନ କରି ସଵୁ ପ୍ରକାର ବ୍ୟବସ୍ଥା କରି ଗୁଡାରୀ ବ୍ଲକ ହୋଇ ଫେରିଯାଇଥିଲେ।ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଏହି ଗସ୍ତ ସମୟରେ ବ୍ଲକ କାର୍ଯ୍ୟାଳୟରେ ଅଧିକାଂଶ କର୍ମଚାରୀ ଅନୁପସ୍ଥିତ ରହିଥିଲେ। ନିଜ ଡିଉଟିରେ ଅନୁପସ୍ଥିତ ଥିବା ଯୋଗୁ ଜିଲ୍ଲା ପ୍ରଶାସନ ଏହି ବ୍ଲକର ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଵେହେରା ଓ କନିଷ୍ଠ ଯନ୍ତ୍ରୀ ଶ୍ରୀଲାଡି ରଵିନ୍ଦ୍ର କୁମାର ନିଲମ୍ବନ କରିବା ସହ କୋଲନରା ବ୍ଲକ ଓ ମୁନିଗୁଡା ବ୍ଲକର ଦାଇତ୍ୱ ରେ ଥିବା AE ଙ୍କୁ ଚନ୍ଦ୍ରପୁରୁ ବ୍ଲକ AE ରାମଚନ୍ଦ୍ର ପ୍ରଧାନ ଙ୍କୁ ଦାୟିତ୍ଵ ନେବାକୁ ଆଦେଶ ଦେଇଛନ୍ତି । ଅନୁପସ୍ଥିତ ଥିବା WEO ଏବଂ CPଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ପ୍ରକାଶ ଥାଉକି ଏହି AE ଓ JE ଅଧିକାଂଶ ସମୟ ଅନୁପସ୍ଥିତ ରହୁଥିବା ଵେଳେ ବିଲ୍ କଲାବେଳେ ଆସି ପିସି ନେଇ ପୂର୍ବଭଳି ପଳାଇ ଥାନ୍ତି।ଏହି ଭଳି ସରକାରୀ କାର୍ଯ୍ୟକାରୀ ଙ୍କ ଅନୁପସ୍ଥିତ କୁ ଗଣ ମାଧ୍ୟମ ରେ ବାରମ୍ବାର ପ୍ରକାଶ ପାଇଲେ ମଧ୍ୟ ବେଖାତିରିରେ କାର୍ଯ୍ୟାଳୟ ଚାଲି ଆସୁଥିଲା । ଵିଡିଓ ସବୁ ଜାଣି ନିରବ ରୁହନ୍ତି, ମୁହଁ ଖୋଲିଲେ ଵିଡିଓଙ୍କ ଅସଲ ଦୁର୍ନୀତି ପଦାରେ ପଡିଯିବା ଭୟରେ ନିଜେ କାହାପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ । ପ୍ରଶାସନର ଏପରି ପଦକ୍ଷେପ ସାଧାରଣରେ ସ୍ଵାଗତ ଯୋଗ୍ୟ। ଚନ୍ଦ୍ରପୁରୁ ଵ୍ଲକରେ ଦୁର୍ନୀତି ଦୂରକରିବାକୁ ଵୁଦ୍ଧିଜୀଵି ମହଲରେ ଦାବି।

ରିପୋର୍ଟ ସନାତନ ନାୟକ