
ଭୁବନେଶ୍ୱର ୧୯/୦୮(ଜିଲ୍ଲା ଖବର) : କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ କୁ ଶିକ୍ଷା ମନ୍ତ୍ରଣାଳୟ ଭାବେ ନାମ ପରିବର୍ତନ କରିବା ପାଇଁ ରାଷ୍ଟ୍ରପତି ଙ୍କ ଅନୁମୋଦନ ମିଳିଛି। ଏହି ଖବର ରେ ଓଡିଶା ର ମନ୍ତ୍ରୀ ସମୀର ରଞ୍ଜନ ଦାସ ଖୁସି ବ୍ୟକ୍ତ କରିଛନ୍ତି।ଏହା ସହ ସେ ନିଜ ଟୁଇଟର ପେଜ ରେ ରାଷ୍ଟ୍ରପତି ଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।ସୂଚନା ଯୋଗ୍ୟ ଯେ ୧୯୮୫ ରେ ଶିକ୍ଷା ମନ୍ତ୍ରଣାଳୟ ର ନାମ ପରିବର୍ତ୍ତନ ହୋଇ ମାନବସମ୍ବଳ ମନ୍ତ୍ରଣାଳୟ ହୋଇଥିଲା ବର୍ତ୍ତମାନ ଏହାର ନାମ ପୁନଃ ପରିବର୍ତ୍ତନ ହୋଇ ଶିକ୍ଷା ମନ୍ତ୍ରଣାଳୟ କରା ଯାଇଛି।



