Home ଆଞ୍ଚଳିକ ଜେପିଭିଟି ଆସୋସିଏସନ୍ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ।

ଜେପିଭିଟି ଆସୋସିଏସନ୍ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ।

21

ଜଗତସିଂହପୁର,୧୯/୦୮{ଜିଲ୍ଲା ଖବର}ଜେପିଭିଟି ଆସୋସିଏସନ୍ ତରଫରୁ ବିଶ୍ୱ ଫଟୋଗ୍ରାଫି ଦିବସ ଓ ବାର୍ଷିକ ଉତ୍ସବ କୋଭିଡ୍ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତି ଓ ସମ୍ପାଦକ ଶ୍ରୀଯୁକ୍ତ ଶୁଭଙ୍କର ଜେନାଙ୍କ ସହିତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କରୋନା ଯୋଦ୍ଧା ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର,ଏସ୍.ପି ଶ୍ରୀଯୁକ୍ତ ପ୍ରକାଶ ଆର୍,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ବିଜୟା ପଣ୍ଡା, ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିମଳ କୁମାର ଲେଙ୍କା ଓ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରଜନୀକାନ୍ତ ମିଶ୍ରଙ୍କୁ ମାନପତ୍ର,ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ବାଲିକୁଦା ବ୍ଲକ ବୋରିକିନାର ଅସୁସ୍ଥ ଫଟୋଗ୍ରାଫର୍ ଅଶୋକ ଦାସଙ୍କ ବାସସ୍ଥଳୀରେ ପହଞ୍ଚି ସମସ୍ତ କର୍ମକର୍ତ୍ତା ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। କରୋନା କଟକଣା ଯୋଗୁଁ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କ ଦ୍ଵାରା ଏହି ଉତ୍ସବର କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା। ଏବଂ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଲାଲା ସଂଗ୍ରାମ କେଶରୀ ରାୟ,ବାସୁଦେବ ସ୍ବାଇଁ,ରୂପେଶ ବାରିକ,ସୁଧାକର ଜେନା,ଗଗନ କୁମାର ମଲ୍ଲିକ,ଅତନୁ କୁମାର ସ୍ବାଇଁ,ବାସୁଦେବ ବେହେରା, ପ୍ରଦୀପ୍ତ ପ୍ରଧାନ,ବି ଏନ୍ଏନ୍,କୁଶଲ୍ କୁମାର ସିହ୍ନା,ବିଷ୍ଣୁ ଚରଣ ରାୟ ଓ ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।