Home ଆଞ୍ଚଳିକ ହିତାଧିକାରୀ ଙ୍କୁ ଭତ୍ତା ନଦେଇ ବର୍ଷାରେ ହନ୍ତସନ୍ତ କଲେ ଜଟଣୀ ମ୍ୟୁନସିପାଲଟି।

ହିତାଧିକାରୀ ଙ୍କୁ ଭତ୍ତା ନଦେଇ ବର୍ଷାରେ ହନ୍ତସନ୍ତ କଲେ ଜଟଣୀ ମ୍ୟୁନସିପାଲଟି।

28

ଜଟଣୀ,୧୯/୦୮{ଜିଲ୍ଲା ଖବର}ଜଟଣୀ ମ୍ୟୁନସିପାଲଟି ର ସରକାରୀ ଭତ୍ତା ପାଉଥିବା ହିତାଧିକାରୀ ଭତ୍ତା ନପାଇ ହନ୍ତସନ୍ତ। ସହରରେ ଥିବା ରାଜା ବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଗରେ ବର୍ଷାରେ ଓଦା ହୋଇ ଠିଆ ହୋଇ ରହିଛନ୍ତି। କିନ୍ତୁ ଜଟଣୀ ମ୍ୟୁନସିପାଲଟି ଅଫିସ୍ ରୁ ଦିନ ୧୧ଟା ସମୟରେ ମଧ୍ୟ କାହାର ଦେଖା ନାହିଁ। ଏଣୁ ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି ଯେ, ଭତ୍ତା ଦେବାକୁ ଅଯଥାରେ ହନ୍ତସନ୍ତ କରୁଛନ୍ତି। ସମସ୍ୟା ର ଆଳ ଦେଖାଇ କହୁଛନ୍ତି କିଛି ହିତାଧିକାରୀ ଙ୍କ ନାମ ନେଟ୍ ରେ ଚଢି ନାହିଁ। ଆଧାର କାର୍ଡ ଏବଂ ସମସ୍ତ ପ୍ରକାର କାଗଜପତ୍ରର ନକଲ ଦେଇନ ପୁଣିଥରେ ସମସ୍ତେ ପ୍ରକାର କାଗଜପତ୍ରର ନକଲ ଜଟଣୀ ମ୍ୟୁନସିପାଲଟି ଅଫିସ୍ ରେ ଯାଇ ଦାଖଲ କର। ଅଧା ଲୋକଙ୍କ ଟଙ୍କା ଆସିଛି ଆଉ ଅଧା ଲୋକଙ୍କ ଟଙ୍କା ଆସି ନାହିଁ କହି ଫେରାଇ ଦେଇଛନ୍ତି, ତେବେ ଏହି କରୋନା ଭଳି ସାଂପ୍ରତିକ ପରିସ୍ଥିତିରେ ମଧ୍ୟ ଏଭଳି ସାଧାରଣ ଲୋକଙ୍କୁ ହନ୍ତସନ୍ତ କରାଇବା କେତେ ଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏବଂ ଭତ୍ତା ନପାଇ ଦୁଃଖ ପ୍ରକାଶ କରିଛନ୍ତି ହିତାଧିକାରୀ।

ରିପୋର୍ଟ ସଞ୍ଜୀବ କୁମାର