Saturday, November 14, 2026
Home ଆଞ୍ଚଳିକ ବ୍ରହ୍ମପୁର ମାଟି ହରେଇଛି ପୁଣି ତାର ଏକ ବର୍ଷିୟାନ ଶିଳ୍ପୀ ଶ୍ରୀ ଗୋବିନ୍ଦ ମହାରଣାଙ୍କୁ।

ବ୍ରହ୍ମପୁର ମାଟି ହରେଇଛି ପୁଣି ତାର ଏକ ବର୍ଷିୟାନ ଶିଳ୍ପୀ ଶ୍ରୀ ଗୋବିନ୍ଦ ମହାରଣାଙ୍କୁ।

89


ବ୍ରହ୍ମପୁର,୧୮/୦୮{ଜିଲ୍ଲା ଖବର} ବ୍ରହ୍ମପୁର ହରିଡାଖଣ୍ଡି ରୋଡ୍ ଲକ୍ଷ୍ମୀ ବିହାର ନିବାସୀ ଶ୍ରୀ ଗୋବିନ୍ଦ ମହରଣା ଆଜି ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀ ଗୋବିନ୍ଦ ମହାରଣା ଜଣେ ଅନନ୍ୟ କାଷ୍ଟ ଶିଳ୍ପୀ ଶ୍ରୀ ମହାରଣାଙ୍କ ନିଜର କଳାରେ ସେ ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସମୟରେ ବ୍ରହ୍ମପୁରର ଏକାଧିକ ରଥରେ ମୁଖ୍ୟ ମହାରଣା ଭାବରେ ଦାୟିତ୍ୱ ତୁଲାଇଥାନ୍ତି। ସେ ଆଜି ହଠାତ ସକାଳ ଦଶ ଘଟିକା ସମୟରେ ନିଜ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶ୍ରୀମହାରଣା କଂସାରି ସାହିର ଶ୍ରୀ ପର୍ଶୁରାମ ରଥ,ଖାସ୍ପା ସାହିର ମା କନକ ଦୁର୍ଗାଙ୍କ ରଥ ଏବଂ ପୂର୍ବରୁ ରାମ ରଥ ତଥା ନାଗାର୍ଜୁନ ରଥରେ ମୁଖ୍ୟ ମହାରଣା ଭାବରେ ଦାୟିତ୍ୱ ତୁଲାଇଛନ୍ତି। ତେବେ ସେ ନିଜେ ଜଗବନ୍ଧୁ ସାହି ଛକରେ ବିଗତ ବର୍ଷ ଶ୍ରୀ ନୃସିଙ୍ଗ ଭଗବାନଙ୍କ ରଥ ତଥା ସାନ ଜଳାମୁଖୀ ରଥରେ ମଧ୍ୟ ନିଜର କଳା ନୈପୁଣ୍ୟ ଦେଖେଇବାରେ ଅନେକ ଥର ପ୍ରଶଂସା ସାଉଁଟିଛନ୍ତି। ତେବେ ଆଜି ଏତେ ବଡ କାରିଗର ଶିଳ୍ପୀଙ୍କର ବିୟୋଗରେ ପୁଣି ହରେଇଛି ବ୍ରହ୍ମପୁର ମାଟି ଆଉ ଜଣେ ତାର ସୁଯୋଗ୍ୟ ସନ୍ତାନକୁ। ତାଙ୍କୁ ମୃତ୍ୟୁ ବେଳକୁ ପ୍ରାୟ ୬୫ ବର୍ଷ ହେବ ଏବଂ ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ତିନି ପୁଅ ଦୁଇ ଝିଅ ଝିଆରୀ ଜ୍ୱାଇଁ ଏବଂ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ତେବେ ଶ୍ରୀ ମହାରଣାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଜଣେ ବିଜ୍ଞ ଅନୁଭୂତି ସମ୍ପର୍ଣ୍ଣ ବୟସ୍କ ଶିଳ୍ପୀ ହରେଇବା ଯୋଗୁ ଶୋକର ବାତାବରଣ ଦେଖା ଦେଇଥିଲା। ପୁଣି ଶିଳ୍ପ କଳା ତଥା ଭାସ୍କର୍ଯ୍ୟ କ୍ଷେତ୍ରରେ ପୁଣି ଏକ ବିଶାଳ କ୍ଷତି ହେବାର ନେଇ ସାଧାରଣରେ ଚର୍ଚ୍ଚା ହୋଇଛି।

ରିପୋର୍ଟ ରତ୍ନାକର ଶିୟ