
ମୂନୀଗୁଡା,ବିଷମକଟକ,୧୮/୦୮(ଜିଲ୍ଲା ଖବର) : ସାରାରାଜ୍ୟରେ କରୋନା ମହାମାରୀ କାୟାଵିସ୍ତାର କରିଚାଲିଥିବାବେଳେ ପୋଲିସ୍ ଯୋଦ୍ଧାଙ୍କ ଆଖିରୁ ନିଦ ହଜାଇ ରାତିଦିନ କରୋନା ଡିଉଟିରେ ମାତିଚାଲିଛନ୍ତି। ଏହି କରୋନା ସଟଡାଉନ ସମୟରେ ମଦ ଦୋକନ ଆଗରେ ତାଲା ପଛରେ ମେଲା ହୋଇ ଉଚିତ ମୂଲ୍ୟ ଠାରୁ ଅତ୍ୟାଧିକ ମୂଲ୍ୟରେ ଵି ଦେଶି ମଦବିକ୍ରି କରାଯାଉଥିବାବେଳେ, ପୋଲିସ୍ ଙ୍କୁ ଭୟକରି କେତେକ ହୋଟେଲ ମାଲିକଙ୍କୁ ପେଟି ପେଟି ଵିଦେଶି ମଦ ନେଇ ବିକ୍ରି କରିବାକୁ ଦେଇଥାନ୍ତି। ଏପରି ଘଟଣା ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମାରେ ଘଟୁଥିବାରୁ ଆଇ ଆଇ ସି ଶ୍ରୀରାଜେନ୍ଦ୍ର ପ୍ରସାଦ ଦେହୁରୀ ଙ୍କ ନିର୍ଦେଶରେ ସେକେଣ୍ଡ ଅଫିସର ଶ୍ରୀ ଅଶୋକ କୁମାର ବିଶୋଇ ଏବଂ ଏସ୍ ଆଇ ଶ୍ରୀ ନରସିଂହ ଵେହେରା ଙ୍କ ନେତୃତ୍ୱରେ ପୋଲିସ୍ ନିରଞ୍ଜନ ଦାଶ, ଶ୍ରୀମତୀ ମମତା ରାଉତ, କୁଞ୍ଜବିହାରୀ ପାଢି, ଖଗେଶ୍ବର ଦେହୁରୀ, ବିରଞ୍ଚି ଚୌଧୁରୀ, ନୀଳା ଶବର, ଏବଂ ଓଏପିଏଫ୍ ଟୁନାଶଵ, ପ୍ଲାଟୁନ୍ କମାଣ୍ଡର ଶ୍ରୀ ଟୁଲୁ ପାଢି ପ୍ରମୁଖ ପେଟ୍ରୋଲିଂରେ ଯାଇ ସନ୍ଧ୍ୟା ପ୍ରାୟ ୮ ଘଟିକା ସମୟରେ ବଜାରରେ ଏକ ହୋଟେଲ ଉପରେ ଚଢାଉ କରି ତିନିପେଟି ବିଦେଶୀ ମଦଜବତ କରିବା ସହ ମାଲିକ ମଧୁ ମହାପାତ୍ରଙ୍କୁ ଗିରଫ କରି ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଥିଵା ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ଏତଦ୍ ବ୍ୟତୀତ ରାତି ପ୍ରାୟ 9.20 ସମୟରେ ଚତୁରତା ସହିତ ଗଜାକୁପୁଲି ଗ୍ରାମକୁଯାଇ ସେଠାରେ ଚୋରାରେ ଵିଦେଶି ମଦ ବିକ୍ରି କରୁଥିବା ମାଲିକ ଶ୍ରୀ ତ୍ରିନାଥ ସାହୁକାରଙ୍କ ଘରୁ ଚଢାଉ କରି ତିନିପେଟି ବିଦେଶୀ ମଦଜବତ କରିବା ସହିତ ସାହୁକାରଙ୍କୁ ଗିରଫ କରି ଥାନାକୁ ଆଣିଥିବା ଆଇ ଆଇ ସି କହିଛନ୍ତି। ଅଭିଯୁକ୍ତ ଦ୍ଵୟଙ୍କନାମରେ କେସ୍ କରାଯାଇ ଆସନ୍ତା କାଲି କୋର୍ଟଚାଲାଣ କରାଯିଵ ଵୋଲି ପୋଲିସ୍ ସୂତ୍ରରୁ ସୂଚନା ମିଳିଛି। କରୋନା ସମୟରେ ପୋଲିସ୍ ର ଏପରି ଆଖିଦୃଶିଆ ପଦକ୍ଷେପ ପାଇଁ ସାଧାରଣରେ ଭୂୟସୀ ପ୍ରଶଂସା କରିବା ସହ ଏହି ଭଳି ପଦକ୍ଷେପ ଜାରି ରଖିବାକୁ ଅନୁରୋଧ କରିଛନ୍ତି।

ରିପୋର୍ଟ ପ୍ରସନ କୁମାର ପଣ୍ଡା


