Friday, November 13, 2026
Home ଆଞ୍ଚଳିକ ଡକାୟତି ଯୋଜନା ପଣ୍ଡ, ୬ଗିରଫ ,ବୋମା, ଖଣ୍ଡା, ବାଇକ ଜବତ

ଡକାୟତି ଯୋଜନା ପଣ୍ଡ, ୬ଗିରଫ ,ବୋମା, ଖଣ୍ଡା, ବାଇକ ଜବତ

42

ବେଲଗୁଣ୍ଠା,୧୭/୦୮(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବେଳଗୁଣ୍ଠା ଫାଣ୍ଡି ଅଧିନ ଗୋଲା ପଡା ଠାରୁ ମାଟିଆ ସାହି ରାସ୍ତାର ଏକ କାଜୁ ଫ୍ୟାକ୍ଟ୍ରି ନିକଟରେ ଆଜି ଭୋର ୩ଟା ସମୟରେ କିଛି ଯୁବକ ଡକାୟତି ଯୋଜନା କରୁଥିବା ବେଳେ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ପେଟ୍ରୋଲିଂ କରୁଥିବା ବେଳେ ଖବର ପାଇ ସେହି ସ୍ଥାନରେ ଅଚାନକ ଚଢ଼ାଉ କରିଥିଲେ।ସେଠାରୁ ୬ଜଣ ଯୁବକ ଙ୍କୁ ପୋଲିସ କାବୁ କରିଥିବା ବେଳେ ସେମାନଙ୍କ ଠାରୁ ୩ଟି ବାଇକ,୩ଟି ଖଣ୍ଡା,୨ଟି ହାତ ବୋମା,୨ଟି ଲୁହା ଛଡ଼,୨ଟି ମୋବାଇଲ ଓ ଲଙ୍କାଗୁଣ୍ଡ ପ୍ୟାକେଟ ଜବତ ହୋଇଥିବା ବେଳେ ୨ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ରିପୋର୍ଟ ଶିବରାମ ଚୌଧୁରୀ ।