Friday, November 13, 2026
Home ଆଞ୍ଚଳିକ “ଅଭିପ୍ସା ଓ ଅଭିଳାଷ” କ୍ଷୁଦ୍ର ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ।

“ଅଭିପ୍ସା ଓ ଅଭିଳାଷ” କ୍ଷୁଦ୍ର ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ।

34

ଗଞ୍ଜାମ,୧୭/୦୮{ଜିଲ୍ଲା ଖବର} ହିଞ୍ଜିଳିକାଟୁର ନୃତ୍ୟମ ଅନୁଷ୍ଠାନର ଗୁରୁ ତଥା ଚଳଚ୍ଚିତ୍ର ନିର୍ଦ୍ଦଶକ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶିତ ଦୁଇଟି ଫିଲ୍ମ vocal for local festival 2020 ରେ ଶ୍ରେଷ୍ଠ ବିବେଚିତ ହୋଇଛି। ପ୍ରକାଶ ଥାଉକି କୋରୋନା ସଚେତନ ଧର୍ମି “ଅଭିଳାଷ” ଚଳଚ୍ଚିତ୍ର କୁ lock down ସମୟରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଥିଲା। କିନ୍ତୁ ପୁଣି ଥରେ isha vision ର ସନ୍ନ୍ୟାସୀ ମହାରଣାଙ୍କ ଦ୍ଵାରା ପ୍ରଯୋଜିତ ଓ କୃଷ୍ଣ ଚନ୍ଦ୍ର ସାହୁଙ୍କ ଦ୍ଵାରା ନିର୍ଦ୍ଦେଶିତ ସଚେତନତା ଧର୍ମି କ୍ଷୁଦ୍ର ଚଳଚ୍ଚିତ୍ର “ଅଭିପ୍ସା” କୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ Digital indian initiative festival 2020 ରେ ପ୍ରଦର୍ଶିତ ହୋଇ ଅଗଷ୍ଟ ୧୫ ତାରିଖ ଦିନ ଏହା ଶ୍ରେଷ୍ଠ ବିବେଚିତ ହୋଇଥିଲା। ପୁଣି ୨ଟି ଜାତୀୟ ସ୍ତରର ସମ୍ମାନ ଓ ଅଭିନେତା (T.Shivaji। Das )ଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ଗଞ୍ଜାମ ମାଟି ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି। ସ୍ୱାଧୀନତା ଦିବସ ଅବସରରେ ହିଞ୍ଜିଳିକାଟୁ ମାଟି ପାଇଁ ମିଳିଥିବା ଜାତୀୟ ସମ୍ମାନ ସମସ୍ତ ପ୍ରଯୋଜନା,ନିର୍ଦ୍ଦେଶନା,କ୍ୟାମେରା ଓ ସହାୟକ ଟିମ୍ ର ମନ ଭିତରେ ନୂତନ ଶକ୍ତି ସଂଚାର କରିଛି। କ୍ଷୁଦ୍ର ଚଳଚିତ୍ର “ଅଭିପ୍ସା” ର କୁନି କଳାକାର ଇ.ସଂଚିତା ପାତ୍ର ଓ ପ୍ରିତୀ ରଞ୍ଜନ ପ୍ରଧାନଙ୍କ ନିଖୁଣ ଅଭିନୟ ବିଚାରକ ମଣ୍ଡଳୀଙ୍କ ହୃଦୟ ସ୍ପର୍ଶୀ ହୋଇଛି। ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଓ ଟିମ୍ ଙ୍କ ଲଗାତାର ୨ଟି ସଫଳତା ପାଇଁ ପ୍ରଶଂସକ ମହଲ ତରଫରୁ ଅଭିନନ୍ଦନର ସୁଅ ଛୁଟିଛି। ଦୃଢ଼ ଅଧ୍ୟବସାୟ ଓ କଠିନ ପରିଶ୍ରମର ଫଳସ୍ୱରୂପ ଯୁବ ନିର୍ଦ୍ଦଶକଙ୍କୁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ନୂତନ ପରିଚୟ ପ୍ରଦାନ କରିଛି।

ରିପୋର୍ଟ ରତ୍ନାକର ଶିୟ