Thursday, October 15, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ଖଜୁରୀପଡା ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ।

କନ୍ଧମାଳ ଜିଲ୍ଲା ଖଜୁରୀପଡା ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ।

57

ବାଲିଗୁଡା,୧୭/୦୮ {ଜିଲ୍ଲା ଖବର}କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ବିରେନ୍ଦ୍ର କହଁର,ଜିଲ୍ଲା ପରିଷଦ ସଭ୍ୟ ଜୁଲିଲତା ଲେଙ୍କା ଖଜୁରୀପଡ଼ା ଓ ସାଂସଦ ପ୍ରତିନିଧି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶିବିରରେ ୩୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଖଜୁରୀପଡା ମେଡିକାଲ ଅଫିସର ଓ ପାଥୋଲୋଜି ଟେକ୍ନିସିଆନଙ୍କ ତତ୍ତ୍ୱାବଧାନରେ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରକୁ ଅଧ୍ୟାପକ ରଶ୍ମୀରଞ୍ଜନ ଲେଙ୍କା,ଅରୁଣ ଭୋଇ,ପିଣ୍ଟୁ କହଁର,କୃପାସିନ୍ଧୁ ସାହୁ,ଅନ୍ତର ବେହେରା,ବିଜୟ ବେହେରା,ବିଜେଡି ସଂଖ୍ୟା ଲଘୁ ସେଲର ସାଧାରଣ ସମ୍ପାଦକ ଏମ ଡି ୟାସୀନ୍‌ ବେଗ ପ୍ରମୁଖ ପରିଚାଳନା କରିଥିଲେ। ମୋଟିଭେଟର୍‌ ସୁକାନ୍ତ କୁମାର ବେହେରା ଉପସ୍ଥିତ ରହି ରକ୍ତଦାତାଙ୍କୁ ଏହି ମହାମାରୀ ସମୟରେ ରକ୍ତଦାନ ମହତ୍ତ୍ୱ ବିଷୟରେ ବୁଝାଇଥିଲେ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ