Home ଆଞ୍ଚଳିକ କରୋନା ବିପତ୍ତି ସମୟରେ ଅମାନିଆଙ୍କ ଭୋଜିଭାତର ଆସର।

କରୋନା ବିପତ୍ତି ସମୟରେ ଅମାନିଆଙ୍କ ଭୋଜିଭାତର ଆସର।

24

ଜଟଣୀ,୧୭/୦୮{ଜିଲ୍ଲା ଖବର}ମହାମାରୀ କରୋନା ସଂକ୍ରମଣ ଭଳି ବିପତ୍ତି ସମୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରକୁ ଶନିବାର ଓ ରବିବାର ସଉନ୍ ଘୋଷଣା କରାଯାଇଛି। ଏ ନେଇ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଏଥିରେ ବ୍ୟତିକ୍ରମ କରୁଥିବା ଲୋକମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉଛି। ତଥାପି ଅମାନିଆ ମାନେ ଏହାକୁ ମାନିବାକୁ ନାରାଜ।ପ୍ରତିଦିନ ଏ ନେଇ ହଜାର ହଜାର ଟଙ୍କା ଜୋରିମାନା ପ୍ରଶାସନ ପକ୍ଷରୁ ଆଦାୟ କରାଯାଉଥିଲେ ବି କିଛି ଅମାନିଆ ଏହାକୁ ମାନୁନାହାନ୍ତି। ରବିବାର ପୂର୍ବାହ୍ନରେ ଜଟଣୀ ଅଞ୍ଚଳର ତିରିମଲ,ତରାବୋଇ ଓ ବାଛରା ପ୍ରଭୃତି ଅଞ୍ଚଳରେ ଥିବା ମନ୍ଦିରରେ କେତେକ ବ୍ୟକ୍ତି ଏକତ୍ରିତ ହୋଇ ଭୋଜିଭାତର ଆୟୋଜନ କରିଥିଲେ। ଏ ନେଇ ଜଟଣୀର ପ୍ରଶାସନିକ ଅଧିକାରୀ ମାନେ ଖବର ପାଇ ଚଢାଉ କରିଥିଲେ। ଜଟଣୀ ବିଡିଓ ଦିଲ୍ଲୀପ ଷଡଙ୍ଗୀଙ୍କ ହାବୁଡ଼ରେ କିଛି ଅମାନିଆ ପଡିଥିଲେ। ଜୀବନ ବିକଳରେ ଭୋଜିଭାତ ଛାଡି କେତେକ ଚମ୍ପଟ ମାରିଥିଲେ।

ରିପୋର୍ଟ ସଞ୍ଜୀବ କୁମାର