
ବ୍ରହ୍ମପୁର,୧୬/୦୮(ଜିଲ୍ଲା ଖବର) : ଆଜି ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବଜପେଇ ଙ୍କ ପୁଣ୍ୟ ତିଥି ରେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ଉପସଭାପତି ତଥା ବ୍ରହ୍ମପୁର ର ସାଂସଦ ପାର୍ଥି ଶ୍ରୀ ଭୃଗୁ ବକ୍ସିପାତ୍ର ଟୁଇଟ ଯୋଗେ ନିଜ ଭାବନା ବ୍ୟକ୍ତ କରିଛନ୍ତି । ସେ ଜଣାଇଛନ୍ତି ଯେ ସ୍ବର୍ଗତ ଅଟଳ ବିହାରୀ ବଜପେଇ ଜଣେ ବିରଳ ନେତୃତ୍ୱ ଥିଲେ। ସେ ସର୍ବଦା ଦେଶ କୁ ପ୍ରଥମ ଭାବେ ଦେଖୁଥିଲେ। ଏହା ସହ ସେ ନୂତନ ଭାରତ ର ଭିତ୍ତିଭୂମି କୁ ପ୍ରସ୍ତୁତ କରି ଥିଲେ ।


