
ଜଗନ୍ନାଥ ପ୍ରସାଦ,୧୫/୦୮(ଜିଲ୍ଲା ଖବର) : ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଚନ୍ଦ୍ର ଶେଖର ଆଞ୍ଚଳିକ କୃଷି ଉଚ୍ଚ ବିଦ୍ୟାଳୟ, ବି.ଡି.ପୁର ପରିସରରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟାଳୟ ର ସଭାପତି ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଗୌଡ଼ ତଥା ଅନ୍ୟ ଶିକ୍ଷକ କର୍ମଚାରି ମାନେ ଏଥିରେ ସହଯୋଗ କରିଥିଲେ।ବିଦ୍ୟାଳୟ କୁ ପ୍ରକୃତିମିତ୍ର ପୁରସ୍କାର ପାଇଁ ମନୋନୀତ ହୋଇ ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ଗୌଡ଼ ସୂଚନା ଦେବା ପରେ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ।
ରିପୋର୍ଟ-ନିରାକାର ସାହୁ


