
ଜଗନ୍ନାଥ ପ୍ରସାଦ,୧୫/୦୮(ଜିଲ୍ଲା ଖବର) : ଜଗନ୍ନାଥପ୍ରସାଦ ବ୍ଲକ ର ବି.ଡ଼ି.ପୁର ଗ୍ରାମପଂଚାୟତ ରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ସ୍ୱାଧୀନତା ଦିବସ ରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ଶ୍ରୀ କୃଷ୍ଣଚନ୍ଦ୍ର ରଥ ସାମାଜିକ ଦୂରତା ରକ୍ଷାକରି ତ୍ରିରଙ୍ଗା ପତକା ଉତ୍ତୋଳନ କରିଥିଲେ ଏବଂ ସାସଂଦ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ ଭାଷଣ ରେ କହିଥିଲେ ଆମ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉର୍ତ୍ସଗ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ତାଙ୍କୁ ମୁଁ ପ୍ରଣାମ କରିଥିଲେ । ତାଙ୍କର ତ୍ୟାଗ ଓ ବଳିଦାନ ସର୍ବଦା ଆମକୁ ଆଗକୁ ବଢିବାର ଦିଗଦର୍ଶନ ଦେଖାଏ। ଏକ ଦୁର୍ନୀତି ମୁକ୍ତ ଓ ସଶକ୍ତ ଓଡିଶା ତଥା ଦେଶ ଗଠନ କରିବା ପାଇଁ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ। କରୋନାର ସଫଳ ମୁକାବିଲାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ସାଜିଛି ତୃଣମୂଳ ସ୍ତରରୁ କୋଭିଡ଼-୧୯ର ଦୃଢ଼ ମୁକାବିଲା ନିମନ୍ତେ ସଦା ସର୍ବଦା କାର୍ଯ୍ୟରତ ନିସ୍ୱାର୍ଥପର କୋଭିଡ ଯୋଦ୍ଧାଙ୍କର ପାରଦର୍ଶିତାକୁ ସମ୍ମାନ ଜଣାଇବା ସହ । ଏହା ପଛରେ ଥିବା ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠାକୁ ମଧ୍ୟ ସମ୍ମାନ ଜଣାଇଥିଲେ।ଏହି କାଯ୍ୟକ୍ରମ ରେ ସମିତିସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ,ବିଜୁ ଯୁବ ବାହିନୀ ର ସଭାପତି ପ୍ରଭାତ କୁମାର ବାରିକ, ଜିତେନ୍ଦ୍ର କୁମାର ରଥ, ଗ୍ରାମପଂଚାୟତ ନିର୍ବାହି ଅଧିକାର ଶ୍ରୀ ପ୍ରଦୀପ କୁମାର ପ୍ରଧାନ ଓ ଜି.ଆର.ଏସ୍ ଶ୍ରୀ ସରୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ ନିରାକାର ସାହୁ ।


