Friday, November 13, 2026
Home ଆଞ୍ଚଳିକ ତ୍ରିରଙ୍ଗା ସେବା ସଙ୍ଘ ତରଫରୁ ପତାକା ଉତ୍ତୋଳନ

ତ୍ରିରଙ୍ଗା ସେବା ସଙ୍ଘ ତରଫରୁ ପତାକା ଉତ୍ତୋଳନ

47

ହିଞ୍ଜିଳିକାଟୁ,୧୫/୦୮{ଜିଲ୍ଲା ଖବର}ଆଜି ତ୍ରିରଙ୍ଗା ସେବା ସଙ୍ଘ ତରଫରୁ ସ୍ଥାନିୟ ଲଷ୍ମୀ ନୃସିଂହ କଳା ମନ୍ଦିର ନିକଟରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା।ଯେଉଁଥିରେ ହିଞ୍ଜିଳିକାଟୁ ସହରର ସ୍ଥାନୀୟ ମେଡିକାଲର ପ୍ରସୂତି ବିଶେଷଜ୍ଞ ଡ଼. ମାଧବ ସାହୁ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ ଓ ସଭିଙ୍କୁ ମାର୍ଗ ଦର୍ଶନ ଦେଇଥିଲେ।ଆଜି ସଙ୍ଘ ସଦସ୍ୟ ମାନଙ୍କ ପ୍ରଚେଷ୍ଟା ଥିଲା ଏହି ମହାମାରୀ ସମୟରେ ଅହରହ ସେବା ପ୍ରଦାନ କରୁଥିବା ଦ୍ଵିତୀୟ ଇଶ୍ୱର ଅର୍ଥାତ ଡାକ୍ତର ଙ୍କ ଦ୍ଵାରା ପତାକା ଉତ୍ତୋଳନ ହେଉ।ସଙ୍ଘ ଉପଦେଷ୍ଟା ଲଷ୍ମୀ ନାରାୟଣ ପଟ୍ଟନାୟକ ଯୁଗୋପଯୋଗୀ ଉଦବୋଧନ ପ୍ରଦାନ କରିଥିଲେ।ଯୁବ ସଂଗଠକ ତଥା ସବୁଜ ପରିବାରର ମୁଖ୍ୟ ସଂଚାଳକ ଅନାଦି ପାଣିଗ୍ରାହୀ ଓ ଶିବ ଶମ୍ଭୁ ଗୌଡ଼ ସ୍ବଦେଶୀ ବ୍ୟବହାର ଦ୍ୱାରା ଦେଶକୁ କେମିତି ସଶକ୍ତିକରଣ କରାଯାଇପାରିବ ଏହି ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। କିରଣ କୁମାର ପୃଷ୍ଟି,ସରୋଜ ପାତ୍ର,ବିଶ୍ୱନାଥ ପୃଷ୍ଟି,ବିଘ୍ନ ମହାରଣା,ଅନୀଲ ପୃଷ୍ଟି,ନିଲଞ୍ଚଳ ମୁନି,କାହ୍ନୁ ଗୌଡ଼,ସତୀଶ ସାହୁ,ସିଟୁନ ପାତ୍ର,ସଞ୍ଜୟ ପଣ୍ଡା, ସିପୁନ ପାଠୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ। ପରିଶେଷରେ ଉପ ସଭାପତି ପ୍ରଭାତ ମହାରଣା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ।

ରିପୋର୍ଟ ରଜନୀକାନ୍ତ ପାତ୍ର