
ଆସିକା,୧୫/୦୮{ଜିଲ୍ଲା ଖବର}ଆଜି ପବିତ୍ର ୭୪ତମ ସ୍ବାଧିନତା ଦିବସ ଅବସରରେ ଆସିକା ସ୍ଥିତ ହାପିନେଶ ଚାରିଟି ନାମକ ସଂସ୍ଥା ତରଫ ରୁ ୨ ଜଣ ଶାରିରୀକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଏକ ମାସର ରାସନ୍ ସାମଗ୍ରୀ ପ୍ରଦାନ ସହିତ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ ଅବସରରେ ସଂଘ ସଭାପତି ସୀତାରାମ ହୋତା ସମ୍ପାଦକ ଆଶିଷ କୁମାର ପୃଷ୍ଟି ଙ୍କ ସହ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ସମୀର ସାହୁ,ତୁଷାର ପ୍ରଧାନ,କମଲ୍ ପ୍ରଧାନ,ଅଭିଷେକ ସାହୁ,ଅମରେନ୍ଦ୍ର ନାହାକ,ଶିବାଶିଷ ପାଢ଼ୀ,ସଚିନ ମହାରଣା,ସମୀର ଚୌଧୁରୀ,ନୃସିଂହ ତ୍ରିପାଠୀ,ଶ୍ରୀକାନ୍ତ ପାଢ଼ୀ,ଅନ୍ଦୀପ୍ ଚୌଧୁରୀ,ଦେବାଶିଷ ମହାନ୍ତି ଏବଂ ପ୍ରବୀଣ୍ ଯୋଗ ଦେଇଥିଲେ। ହାପିନେଶ୍ ଚାରିଟି ସଂଘର ଏତାଦୃଶ କାର୍ଯ୍ୟକୁ ଆସିକାବାସୀ ବେଶ୍ ପ୍ରଶଂସା କରିଛନ୍ତି।
ରିପୋର୍ଟ ଜ୍ୟୋତିର୍ମୟୀ ପାତ୍ର


