Thursday, November 12, 2026
Home ଆଞ୍ଚଳିକ ଜଗନ୍ନାଥ ପ୍ରସାଦ ର ବିଭିନ୍ନ ସ୍ଥାନରେ କୋରନା କଟକଣା ମଧ୍ୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ଜଗନ୍ନାଥ ପ୍ରସାଦ ର ବିଭିନ୍ନ ସ୍ଥାନରେ କୋରନା କଟକଣା ମଧ୍ୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

215

ଜଗନ୍ନାଥ ପ୍ରସାଦ,୧୫/୦୮(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ପରିସରରେ ଓ ବିଭିନ୍ନ ସ୍ଥାନରେ କୋରନା କଟକଣା କୁ ଆଖି ଆଗରେ ରଖି ସରକାରୀ ନିୟମ ଅନୁଯାଇ ସମଦୁରତା ରଖି ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି।ବ୍ଲକ ପରିସରରେ ଅଧକ୍ଷା ଶ୍ରୀମତୀ ଗୀତାଞ୍ଜଳି ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ।ବ୍ଲକ ର ମୁଖ୍ୟ କିରାଣି ଅରୁଣ କୁମାର ବେହେରା କିଛିଦିନ ତଳେ କୋରନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ,ତେଣୁ ତାଙ୍କୁ କୋରନା ଯୋଦ୍ଧା ର ମାନ୍ୟତା ଦେଇ ପ୍ରଶାସନ ତରଫରୁ ତାଙ୍କ ସ୍ତ୍ରୀ ରୀତାଞ୍ଜଳି ବେହେରା ଙ୍କୁ ଅଧକ୍ଷା ଶ୍ରୀମତୀ ବେହେରା ଉତ୍ତରିଅ ଦେଇ ସମ୍ମାନିତ କରିଥିଲେ।ଏହି ଅବସର ରେ ସ୍ୱର୍ଗତ ଅରୁଣ ବେହରା ଙ୍କ ଝିଅ ପ୍ରିୟଙ୍କା ବେହେରା ମଧ୍ୟ ଉପସ୍ଥିତ ଥିଲେ।ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡା ଓ ବ୍ଲକ କର୍ମଚାରୀ ମାନେ ସମଦୁରତା ରଖି ସ୍ଵାଧୀନତା ଦିବସ ପାଳନ କରି ଥିଲେ।ସେହିପରି ବିଜୁ ସ୍ମୃତି ପୀଠ ଠାରେ ବ୍ଲକ ବିଜେଡି ସଭାପତି ମୋହନ ପ୍ରଧାନ ପତାକା ଉତ୍ତୋଳନ କରିଥିଲେ।ଏହି ଅବସର ରେ ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର ମାକ୍ସ ବଣ୍ଟନ କରିଥିଲେ ।ଅନାଦି ବେହେରା,ମାନସରଞ୍ଜନ ପରିଛା,ସୂର୍ଯ୍ୟନାରାୟଣ ପ୍ରଧାନ,କୃଷ୍ଣଚନ୍ଦ୍ର ପାତ୍ର, ଯୁଧିଷ୍ଠିର ସେଠି,ନାଗୁ ସାହୁ ଓ ବିଜୁ ପ୍ରେମୀମାନେ ଉପସ୍ଥିତ ଥିଲେ। ଆଞ୍ଚଳିକ ମହାବିଦ୍ୟାଳୟ ପରିସର ରେ ଅଧକ୍ଷ ନୃସିଂହ ଚରଣ ପ୍ରଧାନ,ସିଡିପିଓ କାର୍ଯ୍ୟଳୟ ରେ ମଣିମାଳା ନାୟକ ଓ ମା କରଂଜେଇ ବଣିକ ସଂଘ ତରଫରୁ ସଭାପତି ମାନସରଞ୍ଜନ ପରିଛା ପତାକା ଉତ୍ତୋଳନ କରିଥିଲେ। ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର,ଥାନା,
ସରକାରୀ ଓ ବେସରକାରୀ ବିଦ୍ୟାଳୟ ରେ ମଧ୍ୟ ସରକାରୀ ନିୟମ ଅନୁଯାଇ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଉଛି

ରିପୋର୍ଟ-ନିରାକାର ସାହୁ