
ବାଲିଗୁଡା,୧୫/୦୮{ଜିଲ୍ଲା ଖବର}କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ପରିସର ମଧ୍ୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। କୋଭିଡ୍ ନିୟମକୁ ଅନୁକରଣ କରି ଜାତୀୟ ପତାକା ଉତ୍ତାଳନ କରାଯାଇ ଥିଲା। ଡାକ୍ତରଖାନାର ସୁପରିଟେଣ୍ଡ ଡ. ବିଜୟ କୁମାର ସୁର ଜାତୀୟ ପତାକା ଉତ୍ତାଳନ କରିଥିଲେ ଓ ସ୍ୱାଧୀନତା ଦିବସ ଉପଲକ୍ଷେ କିଛି ସମୟ ବକ୍ତବ୍ୟ ଦେଇଥିଲେ। ଏଥିରେ ଡାକ୍ତର ମାନଙ୍କ ସହିତ ମେଡିକାଲ କର୍ମଚାରୀ କୋଭିଡର ନୀତି ନିୟମ ଅନୁସାରେ ଦୂରତ୍ୱ ବଜାୟ ରଖି ଉପସ୍ଥିତ ଥିଲେ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



