Wednesday, July 29, 2026
Home ଅପରାଧ ଗଞ୍ଜାମ ପୋଲିସର ପୁଣି ଏଜ ଏନକାଉଣ୍ଟର : ଅପରାଧୀ ସୁଶାନ୍ତ ବେହେରା ଓରଫ କୋକୋ ଆହତ

ଗଞ୍ଜାମ ପୋଲିସର ପୁଣି ଏଜ ଏନକାଉଣ୍ଟର : ଅପରାଧୀ ସୁଶାନ୍ତ ବେହେରା ଓରଫ କୋକୋ ଆହତ

137

ବ୍ରହ୍ମପୁର, (ପ୍ରଫୁଲ୍ଲ ସାବତ) : ଗଞ୍ଜାମ ପୋଲିସର ପୁଣି ଏଜ ଏନକାଉଣ୍ଟର। ଜୟଶ୍ରୀ ମେଡିକାଲ ରାସ୍ତାରେ ପୋଲିସ ଏନକାଉଣ୍ଟରେ ଅପରାଧୀ ସୁଶାନ୍ତ ବେହେରା (୨୫)। ଓରଫ କୋକୋ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। କୋକୋର ଘର ବ୍ରହ୍ମପୁର ଗୋଶାଣୀନୂଆଗାଁରେ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଜୟଶ୍ରୀ ମେଡିକାଲ ରାସ୍ତାରେ କୋକୋ ଓ ତାର ସହଯୋଗୀ ଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲେ।

ଆଜି ସେହି ଅଞ୍ଚଳରେ ଚଢ଼ଉ କରି ତାକୁ କାବୁ କରିବା ପାଇଁ ଚେଷ୍ଟା କରୁଥିଲା। ଏହି ସମୟରେ କୋକୋ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା। ଜବାବରେ ପୋଲିସ ମଧ୍ୟ ତା ଉପରକୁ ଗୁଳି ଚାଳନା କରିଥିଲା। କୋକୋର ବାମ ଗୋଡ଼ରେ ଗୁଳି ବାଜିଥିବା ସୁଚନା ମିଳିଛି। ହେଲେ ଘଟଣା ସ୍ଥଳରୁ କୋକୋର ସହଯୋଗୀ ମାନେ ଫେରାର ହୋଇଥିଲେ। ପୋଲିସ କୋକୋ ଠାରୁ ପିସ୍ତଲ, ଗୁଳି ଓ ଗୋଟିଏ ବାଇକ ଜବତ କରିଛି। କୋକୋ ନାମରେ ବିଭିନ୍ନ ସ୍ଥାନରେ ଡକାୟତି ଓ ହତ୍ୟା ମାମଲା ମଧ୍ୟ ରହିଛି। ଏନକାଉଣ୍ଟର ବେଳେ ୨ କନେଷ୍ଟବଳ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି।