Wednesday, July 22, 2026
Home ଆଞ୍ଚଳିକ ଟ୍ରକ୍ ରୁ ଖସିଲା ପଥରଖଣ୍ଡ, ଅଳ୍ପକେ ବର୍ତ୍ତିଲେ ପଥଚାରୀ।

ଟ୍ରକ୍ ରୁ ଖସିଲା ପଥରଖଣ୍ଡ, ଅଳ୍ପକେ ବର୍ତ୍ତିଲେ ପଥଚାରୀ।

182

ଜଟଣୀ,୧୪/୦୮{ଜିଲ୍ଲା ଖବର}ବ୍ୟବସାୟିକ ସହର ଜଟଣୀ ଦେଇ ପଥର ଚାଲାଣବେଳେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ ପଥରଖଣ୍ଡ ବୋଝେଇ ଚଳନ୍ତା ଟ୍ରକ୍ ରୁ ବାରମ୍ବାର ପଥର ଖଣ୍ଡ ଖସି ବିପଦ ସୃଷ୍ଟି କରୁଛି। ବୁଧବାର ରାତିରେ ଏମିତି ଏକ ଘଟଣା ଘଟିଛି କଟଣୀ ମୁଖ୍ୟରାସ୍ତାର ସୀତାରାମ ଛକଠାରେ ସୌଭାଗ୍ୟକୁ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଟ୍ରକ୍ ଓଡି ୨୩ ଇ ୧୬୭୦ ରେ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଅଞ୍ଚଳରୁ ବିରାଟ ପଥର ଖଣ୍ଡ ନେଇ ଆସୁଥିବା ବେଳେ ସେଥିରୁ ୪ ଖଣ୍ଡ ଖସିପଡ଼ିଥିଲା। ଏହି ସମୟରେ ଟ୍ରକ୍ ପଛରେ ଯାଉଥିବା ପଥଚାରୀ ଓ ବାଇକ୍ ଚାଳକ ଭୟରେ ରାସ୍ତା ପାର୍ଶକୁ ପଳାଇଯିବାରୁ ଜୀବନ ରକ୍ଷା ହୋଇପାରିଛି। ଏହି ଘଟଣା ଦେଖି କିଛି ସ୍ଥାନୀୟ ଲୋକ ପାଟି କରିବାରୁ ଚାଳକ ଦ୍ରୁତ ଗତିରେ ଟୁଟିକୁ ନେଇ ଚାଲି ଯାଉଥିଲା। ମାତ୍ର ଲୋକମାନେ ଏହାକୁ ଅଟକ ରଖି ଥାନାକୁ ଜଣାଇଥିଲେ। ଖବରପାଇ ଜଟଣୀଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଟିକୁ ଥାନାକୁ ନେଇଥିଲା। ଅନ୍ୟ ପକ୍ଷରେ ପଛରେ ଯାଉଥିବା ଲୋକେ ଏହିଭଳି ଦୁର୍ଘଟଣାର ଶିକାର ହେଉଥିବା କୁହାଯାଇଛି। ସେହିପରି ଗତ ୩ ତାରିଖ ସନ୍ଧ୍ୟାରେ ଜଟଣୀ ସହର ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଚଳନ୍ତା ଟ୍ରକ୍ ରୁ ଏକ ବିରାଟକାୟ ପଥରଖଣ୍ଡ ଖସିପଡ଼ିବା ଫଳରେ ଟ୍ରକ୍ ପଛପଟେ ଯାଉଥିବା ଜଣେ ସାଇକେଲ ଆରୋହୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। ଏହି ଘଟଣା ଏଠାରେ ବାରମ୍ବାର ଘଟୁଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିବନ୍ଧକ ଲଗାଯାଉନାହିଁ। ଜଟଣୀ ସହରରେ ପୁଲିସ ପ୍ରଶାସନ,ତହସିଲ ଓ ରାଜସ୍ବ ବିଭାଗ ଏଥିତି ଆଖିବୁଜି ଦେଉଥିବାବେଳେ ମାଫିଆମାନେ ଦିନରାତି ବେଆଇନ ମୋରମ, ମାଙ୍କଡ଼ାପଥର,ବାଲି ଇତ୍ୟାଦି ଚୋରା ଚାଲାଣ କରୁଛନ୍ତି। ପ୍ରତ୍ୟେକ ଦିନ ୨୦ରୁ ଉର୍ଦ୍ଧ ଟ୍ରକ୍ ଓ ଡମ୍ପର ବେଆଇନଭାବେ ଜଟଣୀର ବାଛରା ଛକ ଦେଇ ଯାତାୟତ କରୁଥିବାବେଳେ ଲୋକେ ପିଲାମାନଙ୍କୁ ବାହାରକୁ ପଠାଇବାକୁ ଭୟ କରୁଛନ୍ତି। ସେହିପରି ପ୍ରତ୍ୟେକ ଦିନ ଶହଶହ ଟ୍ରକ୍ ଦିନରାତି ବେଆଇନଭାବେ ଜଟଣୀ ଥାନା ସମ୍ମୁଖିଦେଇ ଯାଉଥିବାବେଳେ ଥାନାରେ ସିସିଟିଭି ଲଗାଇ ପୁଲିସ ଚୁପ ବସିଥିବା ଲୋକେ ଅଭିଯୋଗ କରିଛନ୍ତି।ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହେଉଛି।

ରିପୋର୍ଟ ସଞ୍ଜୀବ କୁମାର