Wednesday, July 22, 2026
Home ଆଞ୍ଚଳିକ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ପ୍ରଥମ ୱେବ୍ ପ୍ରେସ୍ କନଫରେନ୍ସ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବରିଷ୍ଠ...

ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ପ୍ରଥମ ୱେବ୍ ପ୍ରେସ୍ କନଫରେନ୍ସ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବରିଷ୍ଠ ଅଧିକାରୀ।

26


ଜଟଣୀ,୧୪/୦୮{ଜିଲ୍ଲା ଖବର} ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳଦ୍ୱାରା ଏକ ୱେବ୍ ପ୍ରେସ୍ କନଫରେନ୍ସ ରେଳପଥ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଯୋଗଦେଇ କରୋନା ମହାମାରୀ ସମୟରେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ତରଫରୁ ଯୋଗାଇ ଦିଆଯାଉଥିବା ବ୍ୟାପକ ବ୍ୟବସ୍ଥାର ଆଲୋକପାତ କରିଥିଲେ। ବିଗତ ବର୍ଷରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳମଣ୍ଡଳ ତରଫରୁ ଯୋଗାଇ ଦିଆଯାଇଥିବା କାର୍ଯ୍ୟଗୁଡ଼ିକ ସମ୍ବନ୍ଧରେ ବିବରଣୀ ରଖୁଥିଲେ । ବିଗତ ଆର୍ଥକ ବର୍ଷରେ ଯାତ୍ରୀମାନଙ୍କ ସୁବିଧା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ଭୁବନେଶ୍ବର ନୟାଗଡ଼କୁ ଟାଉନ ସେବା ଏକ୍ସପ୍ରେସ୍ ପ୍ରଚଳନ। ମହୀପୁର ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍‌ର ସଂପ୍ରସାରଣ। ଭିନ୍ନକ୍ଷମ ତଥା ବିରଷ୍ଠ ନାଗରିକମାନଙ୍କ ପାଇଁ ବ୍ରହ୍ମପୁର,ଖୋର୍ଦ୍ଧାରୋଡ୍ ଓ ଭୁବନେଶ୍ବରରେ ଏସ୍ଲେଟର୍ ସ୍ଥାପନ ଏବଂ ବ୍ରହ୍ମପୁରରେ ଲିଫ୍ଟର ସୁବିଧା । ମହାମାରୀ କରୋନା ସମୟରେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ତରଫରୁ ଯାତ୍ରୀମାନଙ୍କ ସୁବିଧା ଏବଂ ମହାମାରୀରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ୱେବ୍ କନଫରେନ୍ସ ମାଧ୍ୟମରେ ଆଲୋଚନା ହୋଇଥିଲା। ଶ୍ରମିକ ସେଶାଲ ଟ୍ରେନ୍‌ରେ ଆସିଥିବା ଦୁଇଲକ୍ଷ ବୟାଳିଶ ହଜାର ପଞ୍ଚଷଠି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ମଧ୍ୟାହୁ ଭୋଜନ ଓ ରାତ୍ରି ଭୋଜନର ବ୍ୟବସ୍ଥା କରାଯାଇଥିଲା। ରେଳ ମଣ୍ଡଳର ମେଡିକାଲ ଟିମ୍ ଦ୍ଵାରା ଶ୍ରମିକ ସେଶାଲ ଟ୍ରେରେ ଜଣେ ମହିଳା ଶ୍ରମିକଙ୍କର ନିରାପଦ ପ୍ରସବ କରାଯାଇଥିଲା। ତାଲାବନ୍ଦ ସମୟରେ ଷ୍ଟେସନ ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଶ୍ରୟ ନେଇଥିବା ଦୁଃସ୍ଥ ଓ ନିରାଶ୍ରୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ୨୦୦ ପାର୍ସଲ ସ୍ପେଶାଲ ଏକ୍ସପ୍ରେସ୍ ଟ୍ରେନରେ ଦେଶରେ ବିଭିନ୍ନ ପ୍ରାନ୍ତକୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ କରାଯାଉଛି।‌ କରୋନା ମହାମାରୀ ସଂକ୍ରମଣରୁ ଯାତ୍ରୀ ଓ ରେଳ କର୍ମଚାରୀମାନଙ୍କୁ ସୁରକ୍ଷା ଦେବାପାଇଁ ମଧ୍ୟ ବହୁ ପଦକ୍ଷେପମାନ ନିଆଯାଇଥିବା ଆଲୋଚନା ହୋଇଥିଲା।ସେହିପରି ଖୋର୍ଦ୍ଧା ପଲାସା ମଧ୍ୟରେ ଥିବା ରେଳ ଟ୍ରାକ୍ ର ଉନ୍ନତୀକରଣ ଇତ୍ୟାଦି କାର୍ଯ୍ୟ ସମନ୍ଧୀୟ ଆଲୋଚନା ୱେବ୍ ମାଧ୍ୟମରେ ସମସ୍ତ ଅଧୁକାରୀ କରିଥିଲେ। ଏଥିରେ ଗଣମାଧ୍ୟମର ପ୍ରତିନିଧୁମାନେ ମଧ୍ୟ ସାମିଲ୍ ହୋଇଥିଲେ। ଗଣମାଧ୍ୟମର କେତେକ ପ୍ରଶ୍ନର ଉତ୍ତର ଅଧୁକାରୀମାନେ ଦେଇଥିଲେ ଶେଷରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ତଥା ଜନସମ୍ପର୍କ ଅଧୁକାରୀ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ, ଅମିତେଶ ଆନନ୍ଦ ଧନ୍ୟବାଦ ଜ୍ଞାପନ କରିଥିଲେ।

ରିପୋର୍ଟ ସଞ୍ଜୀବ କୁମାର