
ବାଲିଗୁଡା,୧୪/୦୮{ଜିଲ୍ଲା ଖବର}କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ହରିପୁର ଗ୍ରାମ ରେ ବିଜୁଳି ନଥିବାରୁ ସ୍ଥାନୀୟ ଲାଇନ ମେନଙ୍କୁ ଯୋଗାଯୋଗ କରିଥିଲେ ହେଲେ ଲଗାଣ ବର୍ଷା ଯୋଗୁଁ କୌଣସି ବିଦ୍ୟୁତ କର୍ମଚାରୀ ଆସିନଥିଲେ। ସୁବଳ ନାୟକ ନାମକ ଯୁବକ ଏବଂ ହରିପୁର ର କିଛି ଯୁବକ ମିଶି ଆଦିବାସୀ ସାହି ନିକଟରେ 11kv ବିଦ୍ୟୁତ ତାର ସଂଯୋଗ କରିଦେବା ନେଇ ବିଜୁଳି କର୍ମଚାରୀଙ୍କୁ ଜଣାଇଥିଲେ ଏବଂ ପ୍ରଥମେ ବିଜୁଳି ସରବରାହ ବନ୍ଦ କରି ଦିଆଯିବାରୁ ସମ୍ପୃକ୍ତ ଯୁବକ ବିଜୁଳି ତାର ସଂଯୋଗ କରିବାରେ ଲାଗିଥିଲେ। କିନ୍ତୁ କୌଣସି କାରଣ ବଶତଃ ବିଜୁଳି ହଠାତ ଚାଲି ଆସିବାରୁ ଘଟଣା ସ୍ଥଳରେ ସୁବଳ ନାୟକଙ୍କ ମୃତ୍ୟୁ ଘଟିଛି। ତାସହିତ ମିଥୁନ ନାୟକ,ସୁଦର୍ଶନ ନାୟକ,ସୁଜିତ ନାୟକ,ପବିତ୍ର ନାୟକ ଓ ଡିସ୍କୋ ନାୟକ ସମେତ କିଛି ଯୁବକ ସାମାନ୍ୟ ଆହତ ହୋଇଥିଲେ। ସଙ୍ଗେ ସାଙ୍ଗେ ସ୍ଥାନୀୟ ଗ୍ରାମବାସୀ ମୃତ ଯୁବକର ଶବ ଉଦ୍ଧାର କରିବା ସହ ଶବକୁ ରଖି ରାସ୍ତାରୋକ କରିଥିଲେ ଓ ପରେ କୋଟଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଆଣି ସ୍ୱାସ୍ଥ୍ୟ ପରୀକ୍ଷା ପରେ ହରିପୁର ଛକ ଠାରେ ମୁଖ୍ୟ ରାସ୍ତା ଅବରୋଧ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରିଥିଲେ। ଫଳରେ ଘଟଣା ସ୍ଥଳରେ ତୁମୁଡିବନ୍ଧ ପୋଲିସ୍ ପହଞ୍ଚି ବୁଝାସୁଝା ଚଲାଇଛି। ସ୍ଥାନୀୟ ଅଞ୍ଚଳର ଚାପା ଉତ୍ତଜନା ଲାଗି ରହିଛି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



