Thursday, November 12, 2026
Home ଆଞ୍ଚଳିକ ଜଗନ୍ନାଥ ପ୍ରସାଦ ଗ୍ରାମ ପଞ୍ଚାୟତକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କଲେ ତହସିଲଦାର ବାସୁଦେବ...

ଜଗନ୍ନାଥ ପ୍ରସାଦ ଗ୍ରାମ ପଞ୍ଚାୟତକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କଲେ ତହସିଲଦାର ବାସୁଦେବ ପାଣ୍ଡେ

1210

ଜଗନ୍ନାଥ ପ୍ରସାଦ,୧୪/୦୮(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ର ଜଗନ୍ନାଥ ପ୍ରସାଦ ପଂଚାୟତକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ତହସିଲଦାର ବାସୁଦେବ ପାଣ୍ଡେ ।
ଜଗନ୍ନାଥ ପ୍ରସାଦ ମୁଖ୍ୟ ରାସ୍ତା ର କିଛି ବ୍ୟବସାୟୀ ଙ୍କ କୋରନା ପରୀକ୍ଷା ପରେ ଲକ୍ଷଣ ଥିବା ପ୍ରାଥମିକ ସୂଚନା ମିଳିବା ପରେ ଏହିପରି ନିଷ୍ପତ୍ତି ନିଆଯିବା କଥା ତହସିଲଦାର ଶ୍ରୀ ପାଣ୍ଡେ ପ୍ରକାଶ କରିଛନ୍ତି। ଗୋଷ୍ଠି ସଂକ୍ରମଣ କୁ ରୋକିବା ପାଇଁ ଆଜି ଅର୍ଥାତ ୧୪ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ସଟଡାଉନ୍ ଘୋଷଣା କରା ଯାଇଛି। ସରକାରୀ କାର୍ଯ୍ୟାଳୟ ଓ ଔଷଧ ଦୋକାନକୁ ଛାଡିଦେଲେ ସମସ୍ତ ଦୋକାନ ବନ୍ଦ କରା ଯାଇଛି। ବାଇକରେ ୨ ଜଣ ଗଲେ,ମାକ୍ସ ନ ପିନ୍ଧି ଥିଲେ,ହେଲିମେଟ ଲଗାଇ ନ ଥିଲେ ,ମେଡିକାଲ କାର୍ଯ୍ୟ ବିନା ଅଯଥା ରେ ବୁଲିଲେ ତହସିଲଦାର ଜୋରିମାନା ଆଦାୟ କରୁଛନ୍ତି,ଏଥିରେ ପୋଲିସ କର୍ମଚାରୀ ଭି ସହାୟତା କରୁଛନ୍ତି। ଯେଉଁ ବ୍ୟବସାୟୀ ଙ୍କ କୋରନା ପଜିଟିଭ ଆସିବ ସେମାନଙ୍କ ଦୋକାନ ୧୪ ଦିନ ପାଇଁ ବନ୍ଦ କରା ଯିବା ସହ ସଟଡାଉନ୍ ର ଅବଧି ମଧ୍ୟ ବଢ଼ାଯିବ ବୋଲି ତହସିଲଦାର ଶ୍ରୀ ପାଣ୍ଡେ କହିଛନ୍ତି।

ରିପୋର୍ଟ-ନିରାକାର ସାହୁ