
ବାଲିଗୁଡା, (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପାସନା ଏଜୁକେସନ ଟ୍ରଷ୍ଟ ଆନୁକୂଲ୍ୟରେ ଡିଡିୟୁ-ଜିକେଔଇ ଟ୍ରେନିଂ ସେଣ୍ଟରକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପ୍ରଫେସର ଭାଗିରଥି ବେହେରା,ପ୍ରଫେସର ସୋମନାଥ ଘୋଟାଲ, ଫୁଲବାଣୀ ଡିଆରଡିଏର ସୋସିଆଲ ଅଡିଟର ଦୁଃଶାସନ ସିଂ ଓ ବିକାଶ ମହାନ୍ତି ପ୍ରମୁଖ ଆସି ପରିଦର୍ଶନ କରି କାର୍ଯ୍ୟକ୍ରମ ତଦାରଖ କରିଥିଲେ l ଏହି ଟ୍ରେନିଂ ସେଣ୍ଟର ଠାରେ ସରକାରଙ୍କ ତରଫରୁ ମାଗଣାରେ ୭୦ ଜଣ ଛାତ୍ରୀଙ୍କୁ ଦିଆଯାଉଥିବା ଇଣ୍ଡଷ୍ଟ୍ରିଆଲ ସୁଇଙ୍ଗ ମେସିନ ଟ୍ରେନିଂ ସହିତ ପାଠପଢ଼ା, ରହିବା ଖାଇବା ଓ ଚାକିରୀର ସୁ-ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ସେଣ୍ଟରର କାର୍ଯ୍ୟଶୈଳୀ, ଉତ୍ତମ କୌଶଳ ଶିକ୍ଷାକୁ ନେଇ ପ୍ରଶଂସା କରିଥିଲେ । ଶେଷରେ ସୁଶୀଲ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।



