Saturday, November 14, 2026
Home ଆଞ୍ଚଳିକ ଆସିକା ବ୍ଳକ ଗୁଣ୍ଠପଡା ଗ୍ରାମପଞ୍ଚାୟତରେ ଆଣ୍ଟିଜେନ୍ ଟେଷ୍ଟ।

ଆସିକା ବ୍ଳକ ଗୁଣ୍ଠପଡା ଗ୍ରାମପଞ୍ଚାୟତରେ ଆଣ୍ଟିଜେନ୍ ଟେଷ୍ଟ।

69

ଆସିକା,୧୩/୦୮{ଜିଲ୍ଲା ଖବର}କରୋନା ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲାରେ ରାପିଟ୍ ଆଣ୍ଟିଜେନ୍ ଟେଷ୍ଟ ଜାରି ରହିଥିବା ବେଳେ ଆସିକା ବ୍ଳକ ଗୁଣ୍ଠପଡା ଗ୍ରାମପଞ୍ଚାୟତରେ ଆଜି ଅନୁଷ୍ଠିତ ହୋଇଥିଲା ପଞ୍ଚାୟତ ବାସୀଙ୍କ ଆଣ୍ଟିଜେନ୍ ଟେଷ୍ଟ। ଉକ୍ତ ପରୀକ୍ଷଣ ସରପଞ୍ଚ ମୋଚିଆଣି ବେହେରାଙ୍କ ନେତୃତ୍ୱ ଓ ଜୋନାଲ୍ ଅଫିସର ସପ୍ନେଶ୍ବରୀ ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିଲା। ଆସିଷ୍ଟାଣ୍ଟ ନୋଡାଲ ଅଫିସର ଶଙ୍କର ନାହାକ, ସମସ୍ତ ଅଙ୍ଗନୱାଡି କର୍ମୀ,ଆଣ୍ଟିଜେନ ଟେଷ୍ଟ ପାଇଁ ନିୟୋଜିତ କର୍ମଚାରୀ ମାନଙ୍କ ଏବଂ ସ୍ବେଛାସେବୀ ମାନଙ୍କ ସହଯୋଗ ଫଳରେ ପଞ୍ଚାୟତର ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ସହିତ ସାମାଜିକ ଦୂରତା ରକ୍ଷା ପୂର୍ବକ ୨୫୦ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ସମସ୍ତ ରିପୋର୍ଟ ନେଗେଟିଭ୍ ଥିବା ସରପଞ୍ଚ ମୋଚିଆଣି ବେହେରା ସୂଚନା ଜଣାପଡିଛି।

ରିପୋର୍ଟ ରତ୍ନାକର ଶିୟ