
ବାଲିଗୁଡା,୧୩/୦୮{ଜିଲ୍ଲା ଖବର}ବାଲିଗୁଡା କଲ୍ୟାଣ ମଣ୍ଡପ ଠାରେ ଓଡିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଉଦଘାଟନ କରିଥିଲେ।ଡାକ୍ତର କେଦାର ନାଥ ପାଢ଼ୀ,ଲାବୋରେଟୋରୀ ଟେକନିସିଆନ ଚିତ୍ତରଞ୍ଜନ ନାୟକ ଓ ଷ୍ଟାଫ ନର୍ସ ଙ୍କ ନେତୃତ୍ୱରେ ରକ୍ତ ଦାତା ଠାରୁ ରକ୍ତ ସଂଗ୍ରହ କରାଯାଇ ଥିଲା। ଶିବିରରେ ମୋଟ ୬୦ ୟୁନିଟ ରୁ ଅଧିକ ରକ୍ତ ସଂଗ୍ରହ କରାଯାଇ ଥିଲା। ବାଲିଗୁଡା NAC ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ତୁମୁଡିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ ସାହୁ,ନଗର ସଭାପତି ସୁଜିତ କୁମାର ପାଳ,ଗୌରୀ ଶଙ୍କର ଆଚାରି, ଏବଂ ବହୁ ବିଜେଡି କର୍ମୀ ଉପସ୍ଥିତ ରହି ଏହି ଶିବିରକୁ ପରିଚାଳନା କରିଥିଲେ। ଶେଷରେ NAC ଅଧ୍ୟକ୍ଷ ଲୋକନାଥ ପାଢ଼ୀ ବିଧାୟକ ଚକ୍ରମଣି କହଁର ସମସ୍ତ ବିଜେଡି କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରୀପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



