Saturday, November 14, 2026
Home ଆଞ୍ଚଳିକ ଭଞ୍ଜନଗର କୋର୍ଟର ବରିଷ୍ଠ ଆଇନଜୀବୀ ଙ୍କ ଅକାଳ ବିୟୋଗ ରେ ଗଭୀର ଶୋକ

ଭଞ୍ଜନଗର କୋର୍ଟର ବରିଷ୍ଠ ଆଇନଜୀବୀ ଙ୍କ ଅକାଳ ବିୟୋଗ ରେ ଗଭୀର ଶୋକ

28

ଜଗନ୍ନାଥ ପ୍ରସାଦ,୧୨/୦୮(ଜିଲ୍ଲା ଖବର) : ଭଞ୍ଜନଗର କୋର୍ଟ ର ବରିଷ୍ଠ ଆଇନଜୀବୀ, ତଥା ଜଣେ ଉତ୍ତମ ବ୍ୟକ୍ତିତ୍ୟ ନୃସିଂହ କୁମାର ରଥ ଙ୍କ ଅକାଳ ବିୟୋଗ ରେ ବିଭିନ୍ନ ମହଲ ରେ ଶୋକ ର ଛାୟା ଖେଳି ଯାଉଛି।ଆଜି ପ୍ରାତଃ ଘ,୪,୧୫ ମିନିଟ୍ ସମୟରେ ବିଶିଷ୍ଟ ଓକିଲ, ସଙ୍ଗଠକ, ସମାଜସେବୀ, କଂଗ୍ରେସ ଦଳ ର ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ, ଭଂଜନଗର ପଞ୍ଚାୟତ ସମିତି କଂଗ୍ରେସ କମିଟି ସଭାପତି, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ, ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ଏବଂ ଓଡ଼ିଶାର ପୂର୍ବତନ ବାଚସ୍ପତି ସୋମନାଥ ରଥଙ୍କ କନିଷ୍ଠ ପୁତ୍ର ନୃସିଂହ କୁମାର ରଥଙ୍କ ଭଂଜନଗର ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କରି ବିୟୋଗରେ ଘୁମୁସର ଜଣେ ନିଷ୍ଠାପର, କର୍ତ୍ତବ୍ୟ ପରାୟଣ ନେତାଙ୍କୁ ହରାଇଲା । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରାଯାଉଛି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଧୈର୍ଯ୍ୟ, ଶକ୍ତି ,ସାହସ ପ୍ରଦାନ କରିବା ପାଇଁ ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କୁ ନିବେଦନ କରୁଛନ୍ତି। ଏହି ମହାନ ବ୍ୟକ୍ତିତ୍ବର ଅକାଳ ବିୟୋଗ ରେ ବିଭିନ୍ନ ମହଲ ରୁ ତଥା ଭଞ୍ଜନଗର ଓକିଲ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

ରିପୋର୍ଟ-ନିରାକାର ସାହୁ