Sunday, October 11, 2026
Home ଆଞ୍ଚଳିକ ବାଇକ ଦୁର୍ଘଟଣାରେ News7 କ୍ୟାମେରାମେନଙ୍କ ମୃତ୍ୟୁ।

ବାଇକ ଦୁର୍ଘଟଣାରେ News7 କ୍ୟାମେରାମେନଙ୍କ ମୃତ୍ୟୁ।

138

ବାଲିଗୁଡା,୧୨/୦୮{ଜିଲ୍ଲା ଖବର}କନ୍ଧମାଳ ଜିଲ୍ଲା News7 କ୍ୟାମେରାମେନ ରାଜୁ ନାୟକଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।ସେ ଜନ୍ମାଷ୍ଟମୀରେ ତାଙ୍କ ଭଉଣୀ ଘରକୁ ଆସିଥିଲେ।ଭଉଣୀ ଶାଶୁଘର ଖଜୁରିପଡାରେ ରାଜୁ ତାଙ୍କୁ ଛାଡି ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଏକ ଗଛ ଦେହରେ ବାଇକ୍ ବାଡେଇ ହୋଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ଜଣାଯାଇଛି। ଖବର ପାଇବା ପରେ ଖଜୁରିପଡା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତାଙ୍କ ମୃତ୍ୟୁରେ କନ୍ଧମାଳ ଜିଲ୍ଲାର ଜନତା ଦୁଃଖ ପ୍ରକାଶ କରିଛନ୍ତି।ଓ କନ୍ଧମାଳ ଜିଲ୍ଲା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ