Home ଆଞ୍ଚଳିକ ଅବାଧ ଗୁଟ୍‌ଖା କାରବାର,ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା।

ଅବାଧ ଗୁଟ୍‌ଖା କାରବାର,ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା।

73

ଜଟଣୀ,୧୨/୦୮{ଜିଲ୍ଲା ଖବର}ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଥିବା ଗୁଟ୍‌ଖା ଦ୍ରବ୍ୟର ଅବାଧ କାରବାର ଚାଲିଛି। ଜଟଣୀ ସହରର ସବୁଠି ଖୁଲମଖୁଲା ଭାବେ ଦୋକାନ ସମ୍ମୁଖରେ ରଖି ବିକ୍ରି କରାଯାଉଛି। ଆଇନ ଓ ଏହାର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଯିବା ବ୍ୟତିକ୍ରମ ଯୋଗୁଁ ବେପାରି ଲାଭବାନ ହେଉଥିବା ବେଳେ ସାଧାରଣ ଲୋକମାନେ ବିପଦରେ ପଡୁଥିବା ଅଭିଯୋଗ ହେଉଛି। ଜଟଣୀ ସହରରେ ଏହି ଗୁଟ୍‌ଖା ଏବଂ ତମାଖୁ ବର୍ଜନ କରିବାଲାଗି ଏକ ବେସରକାରୀ ଟିମ୍ ଗଠନ କରାଯାଇଥିଲା। ଏମାନଙ୍କୁ ସମସ୍ତେ ମିଳିମିଶି ସହଯୋଗ କଲେ ଅଞ୍ଚଳରେ କେହି କର୍କଟ ରୋଗର ଶିକାର ହେବେ ନାହିଁ ବୋଲି ନାରା ଦେଇ ମିଶନ ଆରମ୍ଭ କରାଯାଇଥିଲା। ଏହା ମଧ୍ୟ କେତେକାଂଶରେ ସଫଳ ହୋଇଥିଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୩ ଜାନୁୟାରୀ ମାସରେ ଓଡ଼ିଶାରେ ତମାଖୁ ଓ ଗୁଟୁଖା ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲା ସମେତ ଜଟଣୀ ବ୍ଳକ୍‌ର ସମସ୍ତ ଅଞ୍ଚଳରେ ବେଆଇନ ତମାଖୁ ଓ ଗୁଟଖା ବିକ୍ରିକୁ କଟକଣା କରାଯାଇଥିଲା। ଏହି ସମୟରେ ଜଟଣୀ ବ୍ଲକ୍ ତରାବୋଇ ଅଞ୍ଚଳର ଏକ ନିକାଞ୍ଚନ ସ୍ଥାନରୁ ଜଟଣୀ ପୁଲିସ ଗୁଟଖା ତିଆରି ଜବତ କରିଥିଲା। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ ଓ ପୁଲିସ ପକ୍ଷରୁ ଧରପଗଡ଼ ଜୋରଦାର କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହା ଉପରେ ଧ୍ୟାନ ଦିଆଗଲା ନାହିଁ। ଫଳରେ ଏହି ଅବାଧ ତମାଖୁ ଓ ଗୁଟଖା ବ୍ୟବସାୟ ଏବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି। ଏପରିକି ଲକଡାଉନ୍ ଯୋଗୁଁ ମାଲ ଆସି ପାରୁନଥିବା କହି ଦୋକାନୀ ମାନେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଗୁଟଖା ବିକ୍ରି ହେଉଥିଲେ ବି ତରିକା ବଦଳେଇ ଦେଇଥିବା ଦେଖିବାକୁ ମିଳୁଛି। ଆଗଭଳି କଡ଼ା ଗୁଟ୍‌ଖା ସିଧାସଳଖ ବିକ୍ରି ନକରି ସାଦା ପାନ ମସଲା ପାଉଚ ସହିତ ଜର୍ଜା ପାଉଚ ଅଲଗା ବିକ୍ରି କରୁଛନ୍ତି। ପାନ ମସଲା ସାଙ୍ଗରେ ବିକ୍ରି ହେଉଥିବାରୁ ଅବକାରୀ ଆଇନ ଏଥିରେ ସଂଶ୍ଳିଷ୍ଟ ହୋଇନାହିଁ ବୋଲି ଦୋକାନୀମାନେ କହୁଛନ୍ତି।ଫଳରେ ବ୍ୟବସାୟୀମାନଙ୍କୁ ଧରପଗଡ଼ ହେବାର ଭୟ ରହୁନାହିଁ। ତେଣୁ ସେହି ନାମରେ ବେଧଡକ୍ ଭାବେ ତମାଖୁ ଏବଂ ଗୁଟ୍‌ଖା ବ୍ୟବସାୟ ଚାଲିଛି। ଏହାକୁ ପ୍ରଶାସନ ଦେଖି ମଧ୍ୟ ଚୁପ ରହୁଛି। ଏଥି ପ୍ରତି ପ୍ରଶାସନ କଡା ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ରିପୋର୍ଟ ସଞ୍ଜୀବ କୁମାର