Saturday, November 14, 2026
Home ଆଞ୍ଚଳିକ ଅବକାରୀ ଧରପଗଡ, ୯ ଗିରଫ

ଅବକାରୀ ଧରପଗଡ, ୯ ଗିରଫ

27

ଛତ୍ରପୁର,୧୨/୮( ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଧରପଗଡ କରାଯାଇଛି । ଅବକାରୀ ଉପଅଧୀକ୍ଷକ ଅଭିରାମ ବେହେରା ଓ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ମିଳିତ ଚଢଉରେ ୯୦୪ ଲିଟର ଭାଟିରନ୍ଧା ମଦ,୧୨୩୬୦ ଲିଟର ଗୁଡ ମିଶ୍ରିତ ପୋଚ ମଦ ଜବତ ସହ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି । ଆସିକା ଅବକାରୀ ଷ୍ଟ୍ରାଇକିଂ ଫୋର୍ସ, ଅବକାରୀ ଓ ପୁଲିସ ଏବଂ ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ଆସିକା ଅଞ୍ଚଳର ବାଲିସିରା, କମାଗଡ ଏବଂ ଲଣ୍ଡାଜୁଆଳିରେ ଚଢଉ ହୋଇଥିବା ନେଇ ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ସୂଚନା ଦେଇଛନ୍ତି ।

ରିପୋର୍ଟ ଅଶୋକ କୁମାର ବେହେରା ।