Wednesday, November 11, 2026
Home ଆଞ୍ଚଳିକ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଦ୍ୱାଦଶତମ ଶ୍ରାଦ୍ଧ ବାର୍ଷିକୀ।

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଦ୍ୱାଦଶତମ ଶ୍ରାଦ୍ଧ ବାର୍ଷିକୀ।

79

ବାଲିଗୁଡା,୧୧/୦୮{ଜିଲ୍ଲା ଖବର}ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ଏହି ଦିନକୁ ସାରା ଦେଶ ଘରେ ଘରେ ପାଳୁଛି। ୨୦୦୮ ମସିହା କନ୍ଧମାଳ ତୁମୁଡିବନ୍ଧର ଜଲେଶପଟା ଆଶ୍ରମ ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଦେହାନ୍ତ କିଛି ଦୁର୍ବୁତ୍ତଙ୍କ ଦ୍ୱାରା ହୋଇଥିଲା। ତେଣୁ ଏହିଦିନକୁ ସ୍ୱାମୀଜୀଙ୍କ ଶ୍ରାଦ୍ଧ ଦିବସ ରୂପେ ମଧ୍ୟ ପାଳନ କରାଯାଇଥାଏ। ଆଜିର ଏହି ଦିନଟିକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କର ଦ୍ୱାଦଶତମ ଶ୍ରାଦ୍ଧବାର୍ଷିକୀ ରୂପେ ଆଶ୍ରମ ଠାରେ ପାଳନ କରାଯାଇଥାଏ। ହେଲେ ପ୍ରତିବର୍ଷ ବହୁ ଆଡମ୍ବର ସହକାରେ ଏହି ଦିନ ଜଲେଶପଟା ଆଶ୍ରମରେ ଅନ୍ତେବାସୀ,ଶ୍ରଦ୍ଧାଳୁଙ୍କୁ ନେଇ ପାଳିତ ହୋଇଆସୁଥିଲା କିନ୍ତୁ ଏହି ବର୍ଷ କରୋନା କଟକଣା ଯୋଗୁଁ ବିନା ଜନସମାଗମରେ ଆଶ୍ରମ କର୍ମକର୍ତ୍ତାଙ୍କ ମଧ୍ୟରେ କୋଭିଡର ନୀତି ନିୟମକୁ ପାଳନ କରି ଆଶ୍ରମ ଭିତରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧବାର୍ଷିକୀ ଉତ୍ସବ କେବଳ ଚାରିକାନ୍ଥ ମଧ୍ୟରେ ସୀମିତ ରହିଥିଲା।

ରୀପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ