Saturday, November 14, 2026
Home ଆଞ୍ଚଳିକ ପାଣିରେ ବୁଡି ଦୁଇ ଶିଶୁ ମୃତ

ପାଣିରେ ବୁଡି ଦୁଇ ଶିଶୁ ମୃତ

28

ଛତ୍ରପୁର,୧୦/୮(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି  । ପାଣିରେ ବୁଡି ଦୁଇ ଶିଶୁ ଭାଇ ଓ ଭଉଣୀଙ୍କ  ପ୍ରାଣହାନୀ ଘଟିଛି  । ଆଜି ଅରାହ୍ନରେ ଛତ୍ରପୁର ବିରେଶ୍ୱର କଲୋନୀର ଶିବ ମହାପାତ୍ରଙ୍କ ୭ ବର୍ଷର ପୁଅ ବାଦଲ ମହାପାତ୍ର ଓ ୪ ବର୍ଷର ଝିଅ ବର୍ଷା ମହାପାତ୍ର ଘର ନିକଟରେ ଥିବା ବିରେଶ୍ୱର ମନ୍ଦିର ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ କୌଣସି ମତେ ଦୁର୍ଭାଗ୍ୟ ବସତଃ ଉଭୟଙ୍କ ପୋଖରୀରେ ଗୋଡ଼ ଖସି ଯାଇଥିଲା  । ଉଭୟ ପାଣିରେ ବୁଡି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ  । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ  । ପରେ ଛତ୍ରପୁର ଥାନା ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି  । ସେପଟେ ଏଭଳି ଏକ ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  ।  
ରିପୋର୍ଟ ଅଶୋକ କୁମାର ବେହେରା ।