
କନ୍ଧମାଳ,୧୦/୦୮{ଜିଲ୍ଲା ଖବର}ବାଲିଗୁଡା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରାଦେଶୀ ମଦ କାରବାର ବୃଦ୍ଧି ପାଇଛି। ବାଲିଗୁଡା ସହର ସମେତ ବିଭିନ୍ନ ଅଞ୍ଚଳରେ ବହୁଳ ମଦ ପ୍ରଚଳନ ହେଉଥିବାରୁ ଘରେ ଘରେ ପାରିବାରିକ ରାଗ,ହିଂସା ଓ ଗଣ୍ଡଗୋଳ ବୃଦ୍ଧି ପାଉଛି। ଲକଡାଉନ୍ ଓ ସଟଡାଉନର ସୁଯୋଗନେଇ ଅନେକ ମଦ ଭାଟି ତିଆରି ହୋଇଛି ଓ କିଛି ଅଞ୍ଚଳରୁ ଚୋରା ମହୁଲିମଦ ବାଲିଗୁଡାର ବିଭିନ୍ନ ଅଞ୍ଚଳକୁ ମଦ ରପ୍ତାନି ହେଉଛି। ମଦ୍ୟପମାନେ ମଦ ପିଇ ଘରେ କଳିଝଗଡା ଓ ଅଶାନ୍ତି ସୃଷ୍ଟି କରୁଛନ୍ତି। କିନ୍ତୁ ଅବକାରୀ ବିଭାଗ ବିହିତ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଗଣମାଧ୍ୟମରେ ଶୁଣାଯାଉଛି। କିଛି ଦିନ ତଳେ ମଦ ଚାଲାଣ ଓ ବିକ୍ରୟ ହେଉଥିବା ଖବର ବାଲିଗୁଡା ପୋଲିସକୁ ଡୁଡୁଗୁମ ସିଟୁପାଜୁ ସମେତ ମହିଳା ସଂଘ ଅଭିଯୋଗ କରିଥିଲେ ପୋଲିସ ପହଞ୍ଚି ମଦ ଓ ପୋଚ ଜବତ କରିଥିଲେ। ମଦ ବ୍ୟବସାୟୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ଏଥିରେ ଉତକ୍ଷିପ୍ତ ହୋଇ ଆଡିମାହା ପଞ୍ଚାୟତର ସମସ୍ତ ମହିଳା ସଂଗଠନ ଏକତ୍ରିତ ହୋଇ ଅଞ୍ଚଳକୁ ମଦମୁକ୍ତ ଅଞ୍ଚଳ ଭାବେ ଗଠନ କରିବାକୁ ନିଷ୍ପତି ନେଇ ଗାଁ ରେ ରାଲି ଓ ବୈଠକ କରି ସଚେତନ କରୁଥିବାର ଜଣାଯାଇଛି। ଏନେଇ ବାଲିଗୁଡା ପୋଲିସକୁ ଖବର ଦିଆଯାଇଥିଲେ ମଧ୍ୟ ଏହି ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି ଏନେଇ ପୁନଃ ଥାନାରେ ଜଣାଇବା ସହିତ ଉପ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି।
ରୀପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



