
ବାଲିଗୁଡା,୧୦/୦୮{ଜିଲ୍ଲା ଖବର}ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ପିନ୍ଧିଛି ପିପିଇ କିଟ୍। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇପଡ଼ିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ବସଷ୍ଟାଣ୍ଡରେ। ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଏହି ପିପିଇ କିଟ ପିନ୍ଧି ଏଣେ ତେଣେ ବୁଲୁଥିବାରୁ ଲୋକେ ଭୟଭୀତ ଅଛନ୍ତି। ଏହି ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ପିପିଇ କିଟ ପାଇବାପରେ ଏହାକୁ ପିନ୍ଧି ରାଇକିଆ ବସଷ୍ଟାଣ୍ଡ ବଜାର ଓ ଜନବସତି ପୂର୍ଣ୍ଣ ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି। ବସଷ୍ଟାଣ୍ଡରେ ଏହି ବ୍ୟକ୍ତି ଜଣଙ୍କ ପିପିଇ କିଟ୍ ପିନ୍ଧି ବୁଲୁଥିବା ବେଳେ ଲୋକେ ଦେଖିବାକୁ ପାଇଥିଲେ। କରୋନା ଚିକିତ୍ସା ପରେ ପିପିଇ କିଟ୍ ଏଣେ ତେଣେ ଫିଙ୍ଗି ଦିଆଯାଉଥିବା ଦେଖିବାକୁ ମିଳିଛି।ଏହି ବ୍ୟକ୍ତି ଜଣଙ୍କ କୌଣସି ସ୍ଥାନରୁ ବ୍ୟବହୃତ ପିପିଇ କିଟ୍ ପାଇ ପିନ୍ଧି ପକାଇଥିବା ସନ୍ଦେହ କରାଯାଉଛି। ତେବେ ସ୍ଥାନୀୟ ଲୋକେ ପାଗଳ ଠାରୁ କୌଶଳ କ୍ରମେ ପିପିଇ କିଟ୍ କୁ ବାହାର କରି ପୋଡ଼ି ଦେଇଛନ୍ତି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



