
ଆସିକା,୯/୦୮(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ର କର୍ପୋରେଟ୍ ହଟାଅ କୃଷକ ବଞ୍ଚାଅ ଆହ୍ବାନରେ କ୍ରାନ୍ତିକାରୀ କୃଷକ ସଭା ଅନୁଷ୍ଠିତ ହୋଇ ଯାଇଛି , ଏହି ସଭାରେ ଆସିକା ବ୍ଳକ କମିଟି ର ସଭାପତି ବୃନ୍ଦାବନ ବାରିକଙ୍କ ନେତୃତ୍ୱରେ କୃଷକ ମାନେ ଏକ ଭିନ୍ନ ଶୈଳୀରେ ଅଗଷ୍ଟ ୦୯ କୃଷକ ସତ୍ୟାଗ୍ରହରେ ସାମିଲ ହୋଇଥିଲେ । କୃଷକ, ଭାଗଚାଷୀ, ଭୂମହୀନ ଓ କୃଷିଶ୍ରମିକ ମାନେ କେନ୍ଦ୍ର ସରକାରଙ୍କ ୯ ଦଫା ଓ ରାଜ୍ୟ ସରକାରଙ୍କ ୫ ଦଫା ଦାବୀକୁ ପୂରଣ କରିବା ପାଇଁ ଉପସ୍ଥାପନ କରିଥିଲେ । କରୋନା ଆଳରେ କୃଷି କ୍ଷେତ୍ରକୁ କର୍ପୋରେଟୀକରଣ କରିବା କେନ୍ଦ୍ର ସରକାରଙ୍କ ନୀତିକୁ ଦୃଢ ବିରୋଧ କରିଥିଲେ । କୃଷକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକୁ ସମାଧାନ କରିବାରେ ଦିଗରେ ସରକାର କୌଣସି ଆନ୍ତରିକତା ରହୁନଥିବା ବେଳେ କରୋନା ମହାମାରୀ ଭୟଙ୍କର ସ୍ୱାସ୍ଥ୍ୟଗତ ସଙ୍କଟ ଏବଂ ତାଲାବନ୍ଦର ଲମ୍ବା ଅବଧିରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରିବା ବଦଳରେ କୃଷକ ବିରୋଧୀ ଅଧ୍ୟାଦେଶ ଓ ବିଲ ଆଣି କୃଷକକୁ ତଳିତଳାନ୍ତ କରି କର୍ପୋରେଟ୍ ସ୍ବାର୍ଥରେ କାମ କରିବା ଆରମ୍ଭ କରିଛନ୍ତି ତାହା ଅନ୍ନଦାତାଙ୍କ ପ୍ରତି ସଂପୂର୍ଣ୍ଣ ଅବିଚାର । ଯେଉଁ କୃଷକ ଓ କୃଷି ଶ୍ରମିକ ଉତ୍ପାଦନ କରି ବଜାର ସୃଷ୍ଟି କରନ୍ତି ଦେଶର ଖାଦ୍ୟ ସୁରକ୍ଷା ସହ ଆର୍ଥିକ ଅଭିବୃଦ୍ଧି କରାନ୍ତି, ସେହି ଅନ୍ନଦାତାଙ୍କ କଷ୍ଟ, କଠିନ ପରିଶ୍ରମ ଏବଂ ତ୍ୟାଗକୁ ବିଚାର ଅସମ୍ମାନିତ କରିବା ନୀତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଭ୍ୟାସଗତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ତିନୋଟି ଅଧ୍ୟାଦେଶ, ଜନବିରୋଧି ବିଲ ଓ ରାଜ୍ୟ ସରକାରଙ୍କ ଠିକା ଚାଷ ଅଧ୍ୟାଦେଶ ଆମ ଦେଶର ଚାଷୀ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ଧ୍ବଂସ କରି କର୍ପୋରେଟକରଣ ନୀତିର ପ୍ରତିଫଳନ ଅଟେ l ତାଲାବନ୍ଦ ଜନିତ କ୍ଷୟକ୍ଷତି ଭରଣା ଏବଂ ଜୀବିକା ର ପୁନଃରୁଦ୍ଧାର ପାଇଁ ସରକାରଙ୍କ ଘୋଷିତ ଆର୍ଥିକ ପ୍ୟାକେଜରେ କୃଷକ-କୃଷି ଶ୍ରମିକ ମାନଙ୍କ ପାଇଁ ସଂପୂର୍ଣ୍ଣ ପ୍ରତାରଣା କରାଯାଇଛି । କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡିଶା ପକ୍ଷରୁ କୃଷକ-କୃଷି ଶ୍ରମିକ ଏବଂ ସାଧାରଣ ଗ୍ରାମୀଣ ଜନତାଙ୍କ ପାଇଁ ଯଥାର୍ଥ ହୋଇଥିବାରୁ ଏହାକୁ ସରକାର ତୁରନ୍ତ ମାନିନେଇ କୃଷକର ଉନ୍ନତି ସାଧନ କରନ୍ତୁ ବୋଲି ସମନ୍ବୟ ସମିତିର ଆବାହକ ମଣ୍ଡଳୀ ସଦସ୍ୟ ତଥା କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ଓ କୃଷକ ବଂଧୁମାନେ ଉପସ୍ଥାପନ କରିଛନ୍ତି । କୃଷକ ମାନଙ୍କୁ ସମସ୍ତ ପ୍ରକାର ଋଣବୋଝ ରୁ ମୁକ୍ତି କରିବା, ସମସ୍ତ ଫସଲର ଲାଭଜନକ ଦର ଓ ଗୋଟିଏ ଦେଶ ପାଇଁ ଗୋଟିଏ “ଏମ ଏସ ପି ” ଘୋଷଣା, ତାଲାବନ୍ଦ ସମୟ ରେ ଆସିଥିବା ତିନୋଟି କୃଷକ ଏବଂ ଜନବିରୋଧୀ ଅଧ୍ୟାଦେଶକୁ ପ୍ରତ୍ୟାହାର ସହ ଡିଜେଲର ମୂଲ୍ୟ ଯାହା ଅଛି ସେଥିରୁ ଅଧାକୁ କମାଅ ବୋଲି ଦାବି କରିଛନ୍ତି l ତାସହ ଅଦିନିଆ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ପରିବା ଚାଷୀ, ଫଳ ଚାଷୀ, ଦୁଗ୍ଧ ଚାଷୀ, ପାନ ଚାଷୀ ସହିଥିବା କ୍ଷତିକୁ ଯଥା ଶୀଘ୍ର ପୂରଣ କରାଯିବା ସହ l, ନରେଗା ରେ ବାର୍ଷିକ ୨୦୦ ଦିନର କାମ ଏବଂ ଦୈନିକ ମଜୁରୀ ୬୦୦/ ଟଙ୍କା ଧାର୍ଯ୍ୟ କରିବା ସହ କୃଷି କ୍ଷେତ୍ରକୁ ଯୋଡି କୃଷି ଶ୍ରମିକଙ୍କୁ ସରକାର ମଜୁରୀ ପ୍ରଦାନ କରିବା, କରୋନା ଜନିତ ଗଭୀର ସଙ୍କଟ ଯୋଗୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତି ମାସରେ ୧୫କେଜି ଚାଉଳ, ୧କେଜି ତେଲ, ୧କେଜି ଡାଲି, ୧କେଜି ଚିନି ସମ୍ପୂର୍ଣ୍ଣ ମାଗଣାରେ ଦେବା, କମ୍ପାନୀ ମାନେ ଦଖଲ କରୁଥିବା କୃଷି ଜମି ଏବଂ ଆଦିବାସୀ ଜମି ଅକ୍ତିଆରକୁ ବନ୍ଦ କରିବା, କାମ୍ପା ( CAMPA ) ନାମରେ ଜଙ୍ଗଲ ଜମି ଉପରେ ବଳ ପ୍ରୟୋଗ ବୃକ୍ଷ ରୋପଣ ବନ୍ଦ କରିବା, ଆୟକର ପରିସର ଭୁକ୍ତ ହୋଇ ନଥିବା ପ୍ରତ୍ୟେକ ପରିବାରଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏ ଆଗାମୀ ଛଅ ମାସ ପାଇଁ ସମସ୍ତଙ୍କୁ ପ୍ରଦାନ କରିବା, ରୁଗ୍ଣ ଶିଳ୍ପର ପୁନଃରୁଦ୍ଧାର ସହିତ ନିଯୁକ୍ତି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରି ପ୍ରବାସୀ ଶ୍ରମିକ ଏବଂ ବେକାରୀଙ୍କୁ କାମ/ ରୋଜଗାର ର ସୁବ୍ୟବସ୍ଥା, କରୋନା ମହାମାରୀର ସଠିକ ମୁକାବିଲା ସହିତ ସାର୍ବଜନୀନ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରି ବ୍ୟାପକ କରୋନା ପରୀକ୍ଷା, ଚି଼ହ୍ନଟ, ସଙ୍ଘରୋଧ ଏବଂ ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ କରିବା, ଗିରଫ ହୋଇଥିବା ଜନ ଆନ୍ଦୋଳନର ସମସ୍ତ ନେତା, ବୁଦ୍ଧିଜୀବି ଏବଂ ରାଜନୈତିକ ବନ୍ଦୀ ମାନଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ଜୟପୁର, ନାରାୟଣ ପୁର, ବେଣିଆ ଆଦି ଅଞ୍ଚଳରେ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ବ୍ଳକ ସଭାପତି ବୃନ୍ଦାବନ ବାରିକ, ବନମାଳୀ କାମ୍ପ, ବିଧାନ ନାୟକ, ଲଳିତା ସ୍ବାଇଁ, ଭାଲୁ କାମ୍ପ, ଅକ୍ଷୟ ସାହୁ ଆଦି ବହୁ ନେତୃତ୍ବ ସାମିଲ ହୋଇଥିଲେ ।





