ବ୍ରହ୍ମପୁର: ଭୋଟର ତାଲିକାକୁ ତ୍ରୁଟି ଶୂନ୍ୟ କରିବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ତା ଗ୍ରହଣ

30

ବ୍ରହ୍ମପୁର, (ଏସଡିଆଇଏଣ୍ଡପିଆରଓ) : ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ଶିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ଅଧକ୍ଷତାରେ ମତଦାତା ଯାଞ୍ଚ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମତଦାତା ଯାଞ୍ଚ କାର୍ଯ୍ୟକୁ ଜିଲ୍ଲା ସ୍ଥରୀୟ ମାଷ୍ଟର ଟ୍ରେନର ଶ୍ରୀ ଶକ୍ତି ପ୍ରସାଦ ଶ୍ରୀ ଚନ୍ଦନ ଅତି ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଜଣେ ଦାଇତ୍ୱ ବାନ ଭୋଟର ଭାବେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରିବା ସହ ତାର ସଂଶୋଧନ ମଧ୍ୟ ନିହାତି ଆବଶ୍ୟକତା ରହିଛି । ତେଣୁ ମତ ଦାତାଙ୍କ ଭୋଟ ପରିଚୟ ପାତ୍ରରେ ଦର୍ଶା ଯାଇଥିବା ଜନ୍ମ ତାରିଖ ,ଲିଙ୍ଗ ,ସମ୍ପର୍କୀୟ ନାମ /ସମ୍ପର୍କ ଠିକଣା ଓ ଫୋଟୋକୁ ଯାଞ୍ଚ କରିବା ନିହାତି ଆବଶ୍ୟକ । ଏକତ୍ର ବସ ବାସ କରୁଥିବା ପରିବାରର ସମସ୍ତ ମତଦାତାଙ୍କୁ ଏକ ପୋଲିଂ ବୁଥ ପଞ୍ଜିକରଣ କରାଯାଇପାରିବ ।

ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ଶିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ଅଧକ୍ଷତାରେ ମତଦାତା ଯାଞ୍ଚ କାର୍ଯ୍ୟକ୍ରମ ବୈଠକ

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧେଶ କ୍ରମେ ସର୍ବ ବୃହତ ନିର୍ବାଚନ ଯାଞ୍ଚ କାର୍ଯ୍ୟକ୍ରମରେ ମତଦାତାଙ୍କ ଯୋଗଦାନଙ୍କୁ ପ୍ରସ୍ଛାହିତ କରିବା ଏବଂ ସ୍ଥାନୀୟ ଭୋଟର ତଲ୍ଲିକା ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରିପାରିବେ । ଏହି ମତଦାତା ଯାଞ୍ଚ କାର୍ଯ୍ୟକ୍ରମ ଅକ୍ଟବର ୧୫ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଭୋଟର ତାଲିକାକୁ ତ୍ରୁଟି ଶୂନ୍ୟ କରିବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ତା ଗ୍ରହଣ କରାଯାଇଛି । ମତଦାତାମାନେ ସେମାନଙ୍କର ଭୋଟ ପରିଚୟ ପତ୍ରରେ ଥିବା ସମସ୍ତ ତଥ୍ୟକୁ ପ୍ରଦାନ କରି ସତ ପ୍ରତିଶତ ନିର୍ଭୁଲ ପ୍ରସ୍ତ୍ରୁତି କରି ନିଜକୁ ସ୍ଵଚ୍ଚ ମତଦାତା ଭାବେ ସାମିଲ କରିବା ଉଚିତ ।

ଆସନ୍ତା ୧୮-୯-୨0୧୯ ଠାରୁ ୨୧-୯-୨0୧୯ ପର୍ଯ୍ୟନ୍ତ ସମସ୍ତ ବ୍ଲକ ସମ୍ମିଳନୀ କକ୍ଷରେ ମତଦାତା ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଉପଖଣ୍ଡ ସ୍ତରୀୟ ସମସ୍ତ ବି.ଡି.ଓ ,ତହସିଲଦାର ,ସିଡିପିଓ ଏବଂ ବିଏଲ ଓ ମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିବା ପାଇଁ ସହକାରୀ ଜିଲ୍ଲାପାଳ ଶ୍ରୀ ଡି .ମାଲେଶ୍ଵର ପାତ୍ର କହିଛନ୍ତି । ଏହି ମତଦାତା ଯାଞ୍ଚ କାର୍ଯ୍ୟକ୍ରମରେ ଉପଖଣ୍ଡର ସମସ୍ତ ବିଡ଼ିଓ ,ତହସିଲଦାର ,ସିଡିପିଓ ଓ ବିଏଲ ଓ ଉପସ୍ଥିତ ଥିଲେ ।