Wednesday, November 11, 2026
Home ଆଞ୍ଚଳିକ ଆଞ୍ଚଳିକ ମହାବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ, ଗଞ୍ଜାମର ୩୧ତମ ସ୍ୱନକ୍ଷତ୍ର ଦିବସ ପାଳିତ

ଆଞ୍ଚଳିକ ମହାବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ, ଗଞ୍ଜାମର ୩୧ତମ ସ୍ୱନକ୍ଷତ୍ର ଦିବସ ପାଳିତ

161

ଜଗନ୍ନାଥ ପ୍ରସାଦ,୯/୦୮(ଜିଲ୍ଲା ଖବର) : ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟ ୩୧ତମ ସ୍ଵନକ୍ଷତ୍ର ଉତ୍ସବ ଅଧକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ସଭାପତିତ୍ବରେ ଅନଲାଇନ ଗୁଗଲ୍ ମିଟ୍ ମାଧ୍ୟମରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଲୋକନାଥ ମହାନ୍ତି, ପ୍ରଶାନ୍ତ ରଥ କଲେଜ ପରିସରରେ ଅଳ୍ପ ସଂଖ୍ୟକ କଲେଜ କର୍ମଚାରୀ ସହ ସାମାଜିକ ଦୂରତା ରଖି ମାକ୍ସ ପିନ୍ଧି କଲେଜ ପ୍ରତିଷ୍ଠା ଦିବସ ସଭା ନିରାଡମ୍ବରରେ ଆୟୋଜନ କରିଥିଲେ। ଅନଲାଇନ ସଭାରେ ଅତିଥି ଭାବେ ଅଧ୍ୟାପକ ଡଃ ଶିରିଷ କୁମାର ଷଡଙ୍ଗୀ, ସୁଧାଂଶୁ ରଞ୍ଜନ ଦାସ, ସତ୍ୟ ନାରାୟଣ ମହାନ୍ତି, ଭାସ୍କର ଗୌଡ, ଶୁନିରକାନ୍ତ ମିଶ୍ର, ସୁନୀଲ କୁମାର ମୁନି, ମହେଶ ପ୍ରସାଦ ପଟ୍ଟନାୟକ, ହାଡୁବନ୍ଧୁ ପ୍ରଧାନ ଯୋଗ ଦେଇ ଥିଲେ । ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, କର୍ମକର୍ତ୍ତା, ବହୁ ଛାତ୍ର ଛାତ୍ରୀ ଅନଲାଇନ ଗୁଗଲ୍ ମିଟ୍ ସଭା ମାଧ୍ୟମରେ ଉପସ୍ଥିତ ରହି ନିଜ କଲେଜ ସମୟର ଅନୁଭୂତି ଆଲୋଚନା କରିଥିଲେ । କଲେଜ ପରିସରରେ କୋଭିଡ-୧୯ ସଙ୍ଗରୋଧ କେନ୍ଦ୍ର ଦୀର୍ଘ ଦିନ ଧରି ଚାଲିଥିବାରୁ ଓ କରୋନା ସଂକ୍ରମଣ କୁ ରୋକିବା ପାଇଁ ଅନଲାଇନ ମାଧ୍ୟମରେ ଏହି ସଭା ଆୟୋଜନ କରାଯାଇଥିଲା । ୧୯୯୦ ମସିହା ଅଗଷ୍ଟ ୯ ତାରିଖ ଦିନ ଆମର ଆଞ୍ଚଳିକ ମହାବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା । ପ୍ରଥମେ ଏହା +୨ କଳା ଓ ବିଜ୍ଞାନ ଶ୍ରେଣୀକୁ ନେଇ ଜଗନ୍ନାଥ ପ୍ରସାଦ ଠାରେ ଥିବା ଭାରତୀ ବିନୋଦ କଳା ପରିଷଦ ଠାରେ ଶୁଭାରମ୍ଭ ହୋଇଥିଲା । ତତ୍କାଳୀନ ବିଧାୟକ ସ୍ଵର୍ଗତ ଶ୍ରୀ ମାଧବାନନ୍ଦ ବେହେରା ଏହାକୁ ଶୁଭ ଉଦଘାଟନ କରିଥିଲେ । ୧୯୯୪ ମସିହା ଫେବୃଆରୀ ମାସରେ ତାର ନିଜସ୍ଵ କୋଠା ନିର୍ମାଣ କରି ସ୍ଥାନାନ୍ତରିତ ହୋଇଥିଲା । ଉକ୍ତ ମହାବିଦ୍ୟାଳୟଟି ମାତ୍ର ୭୦ ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ତାହା ୭୦୦ ଜଣ ପିଲା ବା ତଦୁର୍ଦ୍ଧ ରେ ପରିଣତ ହେଲାଣି । ଇତି ମଧ୍ୟରେ ୨୦୧୧ ମସିହାରେ ଏହି କଲେଜର ବିଭାଜନ ଘଟି ୨ଟି କଲେଜରେ ପରିଣତ ହେଲା – (+୩) ଆଞ୍ଚଳିକ ଡିଗ୍ରୀ କଲେଜ ଓ (+୨) ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟ, ବର୍ତ୍ତମାନ +୨ କଲେଜଟି ଆଞ୍ଚଳିକ ହାୟର ସେକେଣ୍ଡାରି ସ୍କୁଲ (ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ), ଜଗନ୍ନାଥ ପ୍ରସାଦ ନାମରେ ପରିଗଣିତ । ଆଜକୁ ଆମର ଏହି ମହାବିଦ୍ୟାଳୟଟି ୩୦ ବର୍ଷ ପୂର୍ତ୍ତୀ ପାଳନ କରୁଅଛି । ତେଣୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତା, ଛାତ୍ର ଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀ ମାନଙ୍କୁ ମାନଙ୍କୁ ଏହି ଅନୁଷ୍ଠାନର ୩୧ତମ ସ୍ୱନକ୍ଷତ୍ର ଦିବସ ଉତ୍ସବ ପାଳନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରାଯାଉଛି । ଶେଷରେ ସମସ୍ତେ ମହାବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଡି.ଇ.ଓ ସରୋଜ କୁମାର ନାୟକ ଅନଲାଇନ ମାଧ୍ୟମରେ ସଭାରେ ଯୋଗ ଦେଇଥିବା ଓ କଲେଜ ପରିସରରେ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ-ନିରାକାର ସାହୁ