
ବାଲିଗୁଡା,୦୯/୦୮{ଜିଲ୍ଲା ଖବର}କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବାର ପୋଲିସ ଶୁକ୍ରବାର ଦିନ ଜାଣିପାରି କେନ୍ଦୁଗୁଡା ଗ୍ରାମରେ ଗୋଛାପଡା ପୁଲିସ୍ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏକ ପିକ୍ଅପ ରେ ୧୩ ବସ୍ତା ଗଞ୍ଜେଇ ଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ପାଖାପାଖି ହେବ ବୋଲି ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି।ଅଭିଯୁକ୍ତ ନରୋତ୍ତମ ପୋଲାଇକୁ ଗିରଫ କରି ୪୬/୨୦୨୦ ମାମଲାରେ କେସ୍ ରୁଜୁ କରି ଶନିବାର ଦିନ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ପୋଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଖସି ପଳାଇଛନ୍ତି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



