Saturday, November 14, 2026
Home ଆଞ୍ଚଳିକ ହିଞ୍ଜିଳି ଗସ୍ତରେ ଗଞ୍ଜାମ ଏସପି

ହିଞ୍ଜିଳି ଗସ୍ତରେ ଗଞ୍ଜାମ ଏସପି

27


ଗଞ୍ଜାମ,୦୯/୦୮{ଜିଲ୍ଲା ଖବର}ଆମ ରାଜ୍ୟର ସର୍ବାଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଜଣାପଡ଼ିଛି। କରୋନାକୁ ପ୍ରତିହତ କରିବା ସକାଶେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବହୁ କଟକଣା ଜାରି କରାଯିବା ସହ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି। କଟକଣାରେ କିଛିଟା କୋହଳ ହେବା ପରେ କିଛି ଅମାନିଆ କୋଭିଡ୍ କଟକଣାକୁ ଅମାନ୍ୟ କରି ବିନା କାରଣରେ ସହର ସାରା ଘୁରି ବୁଲୁଥିବାର ଦେଖିବାକୁ ମିଳୁଛି । ଯାହାଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ହିଂଜିଳି ପୁଲିସ ପ୍ରଶାସନ ପକ୍ଷରୁ ପୌରାଂଚଳର ମୁଖ୍ୟ ରାସ୍ତାର ଉଭୟ ପ୍ୱାଶ୍ୱର୍କୁ ବାଉଁଶବାଡ଼ ସହାୟତାରେ ସିଲ୍ କରାଯିବା ସହ ଯାନବାହନ ଯାଞ୍ଚ କାର୍ଯ୍ୟକ୍ରମକୁ କଡ଼ାକଡ଼ି କରାଯାଉଛି। ଏହି ପରିପ୍ରେକ୍ଷୀରେ ଶନିବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାୟ ହିଞ୍ଜିଳି ଗସ୍ତରେ ଆସି ପୌରାଂଚଳର ଉଭୟ ପାର୍ଶ୍ୱରେ ସିଲ୍ କରାଯାଇ ଯାନବାହନ ଯାଞ୍ଚ କାର୍ଯ୍ୟକୁ କିପରି ପାଳନ କରାଯାଉଛି ତଦାରଖ କରିଥିଲେ। ପ୍ରତ୍ୟହ ଅପରାହ୍ନ ୧ ଘଟିକା ପରେ ଯାତାୟତକୁ ସମ୍ପୁର୍ଣ୍ଣ ବନ୍ଦ କରିବା ସହ ଅବମାନନା କରୁଥିବା ଅମାନିଆଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଏସପି ରାୟ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଜରୁରୀ କାର୍ଯ୍ୟ ଦର୍ଶାଇ ଯାତାୟତ କରୁଥିବା ବ୍ୟକ୍ତିିଙ୍କ ନାମ, ଠିକଣା,ମୋବାଇଲ ନମ୍ବର ଓ ଗାଡ଼ିର ରେଜିଷ୍ଟେସନ ନମ୍ବର ନୋଟ କରିବା ସକାଶେ ମଧ୍ୟ ରାମର୍ଶ ଦେଇଥିଲେ। ଯାନବାହାନ ଯାଞ୍ଚ କାର୍ଯ୍ୟକ୍ରମରେ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସହ ଥାନାର କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ ରଜନୀକାନ୍ତ ପାତ୍ର