Saturday, November 14, 2026
Home ଆଞ୍ଚଳିକ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ୍ କରି ,୪ ଗିରଫ ପ୍ରେମିକ ବି ଗଲେ ଜେଲ୍,୧୨ମୋବାଇଲ ଜବତ

ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ୍ କରି ,୪ ଗିରଫ ପ୍ରେମିକ ବି ଗଲେ ଜେଲ୍,୧୨ମୋବାଇଲ ଜବତ

153

ବେଲଗୁଣ୍ଠା,୮/୮(ଜିଲ୍ଲା ଖବର) : ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡା ଅଞ୍ଚଳର ଜଣେ ବିବାହିତା ମହିଳା ଓ ତାଙ୍କ ପ୍ରେମିକଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ୍ ହେବା ପରେ ମହିଳାଙ୍କ ଅଭିଯୋଗ ପରେ ଗାଙ୍ଗପୁର ପୋଲିସ ଭିଡିଓ ଭାଇରାଲ୍ କରିଥିବା ୪ ଜଣେ ଯୁବକଙ୍କ ଓ ପ୍ରେମିକକୁ ମଧ୍ୟ ଗିରଫ କରିଥିବା ଜଣାପଡିଛି ।ଘଟଣାରୁ ପଡିଛି ଯେ,ପାଇଲିପଡା ଅଞ୍ଚଳର ଜୈନିକ ମହିଳାଙ୍କ ସହ ସେହି ଗ୍ରାମର ଗଜାନନ ପାତ୍ର(୨୮)ଙ୍କ ସହ ପ୍ରେମ ସମ୍ପର୍କ ଥିଲା ।ଦୁହେଁ ନିକଟସ୍ଥ ବଡନଦୀ ପଠାରେ ଦେଖାସାକ୍ଷାତ କରିବା ସହ ସମ୍ପର୍କ ରଖିଆସୁଥିଲେ ।ଗତ ୩ ତାରିଖ ଦିନ ଦୁହେଁ ବଡନଦୀ ନିକଟରେ ଅନ୍ତରଙ୍ଗ ମୁହୂର୍ତ ବେଳେ ସେହି ଗ୍ରାମର ବିଦୁ ରଣା(୨୮) ଏବଂ ତାର ସହଯୋଗୀ ସାଗର ରଣା(୨୨),ଦିପୁ ରଣା(୨୧),କିଷାନ ରଣା(୨୨) ତାଙ୍କ ପଛେ ପଛେ ବଡନଦୀ କୁ ଯାଇ ମୋବାଇଲ ଦ୍ୱାରା ଗଜାନନ ଓ ତାର ପ୍ରେମିକା ର ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଉତ୍ତୋଳନ କରିଥିଲେ ।ଏବଂ ମୋବାଇଲ୍ ଠୁ ମୋବାଇଲ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିଲେ ।ଏହା ଜାଣି ଗତ ୪ ତାରିଖ ଦିନ ମହିଳା ଜଣକ ଏ ନେଇ ଗାଙ୍ଗପୁର ଥାନାରେ ଏକ ଅଭିଯୋଗ କରିଥିଲେ ।ଅଭିଯୋଗ ପ୍ରକାରେ ଗାଙ୍ଗପୁର ପୋଲିସ ୨୧୮/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲେ ।ଏବଂ ପ୍ରେମିକ ଓ ୪ ଜଣକୁ ଅଟକ ରଖିଥିଲେ ଏବଂ ୬ ଟି ମୋବାଇଲ ଜବତ କରିଥିଲେ ।ଗତ ୭ ତାରିଖ ଦିନ ପ୍ରେମିକ ଗଜାନନକୁ ଗିରଫ କରି ଆସ୍କା କୋର୍ଟ ଚାଲାଣ କରିଥିଲା ।ଏବଂ ଭାଇରାଲ୍ କରିଥିବା ୪ ଜଣକୁ ପଚରାଉଚରା କରିବା ପରେ ତାମିଲନାଡୁ ଗୃପ୍ ନାମରେ ଏକ ୱାଟସ ଆପ ଗୃପରେ ଭାଇରାଲ୍ କରିଥିବା ଜଣାପଡିଥିଲା ।ପୋଲିସ ଗତ ରାତିରେ ସେହି ଗୃପରେ ଥିବା ଅନ୍ୟ ୬ ଜଣଙ୍କ ୬ଟି ଦାମୀ ମୋବାଇଲ ଜବତ କରିଥିବା ଜଣାପଡିଛି ।ଆଜି ମୁଖ୍ୟ ଅଭିଯୁକ୍ତ ବିଦୁ ସହ ତା ସହଯୋଗୀ ସାଗର, ଦିପୁ,କିଷାନକୁ ଆସ୍କା କୋର୍ଟ ଚାଲାଣ କରିଥିବା ଜଣାପଡିଛି ।ପ୍ରକାଶ ଥାଉ କି,ବିଦୁ ନିଜ ଗାଁ ର ଏକ ଘରକ ବାରମ୍ବାର ଯିବା ଆସିବା କରୁଥିଲା ।ଦିନେ ବିଦୁ ଉକ୍ତ ଘରେ ଥିବା ବେଳେ ଗଜାନନ ବାହରପଟୁ କବାଟ ରେ ତାଲା ପକେଇ ଡେଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ବିଦୁ ତାର ସହଯୋଗୀଙ୍କୁ ନେଇ ଏପରି କରିଥିବା ଚର୍ଚ୍ଚା ହେଉଛି ।

ରିପୋର୍ଟ ଶିବରାମ ଚୌଧୁରୀ ।